Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ନିର୍ମାଣ ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ, ପଢିବେ ୫ ଶହ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ଵାରା ଏକ ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ଵରର ଅନ୍ଧାରୁଆରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଏହା ୨୫ ଏକର ଜମିରେ ନିର୍ମାଣ ହେବ।

ତେବେ ଆସନ୍ତା ୫ ତାରିଖରେ ଏହାର ଶୁଭ ଉଦଘାଟନ ହେବ। ଏହି ବିଦ୍ୟାଳୟରେ ୫ ଶହ ଛାତ୍ରଛାତ୍ରୀ ଯୁକ୍ତ ୨ ପଢିବା ଲାଗି ବ୍ୟବସ୍ଥା ହେଉଛି। ରାଜ୍ୟର ସମସ୍ତ ବ୍ଲକରେ ନିର୍ମାଣ ହୋଇଥିବା ଆଦର୍ଶ ବିଦ୍ୟାଳୟରୁ ବଛାବଛି ଛାତ୍ରଛାତ୍ରୀମାନେ ଏଠାରେ ପଢିବାକୁ ସୁଯୋଗ ଦିଆଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ୩୦ ଭିତରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ଜୁନ ୩୦ ତାରିଖ ଭିତରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ବୋଲି ଆଶା କରାଯାଉଛି। ଯେଉଁମାନେ ଏହି ପରୀକ୍ଷା ଫଳରେ ସନ୍ତୁଷ୍ଟ ନ ହୁଅନ୍ତି, ସେମାନେ ସ୍ଥିତି ସୁଧୁରିଲେ ପରୀକ୍ଷା ଦେଇପାରିବେ। ମହାମାରୀ ସମୟରେ ଅଧିକ ବିକଳ୍ପ ନଥିବାରୁ ବୋର୍ଡ ଏଭଳି ବ୍ୟବସ୍ଥା ଗ୍ରହଣ କରିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏସଓପି ମାନି ସରକାରୀ ବିଦ୍ୟାଳୟରେ ପାଠ ପଢା ଜାରି ରହିବ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନାରେ ସଂକ୍ରମଣ ହୋଇ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଉପରେ କଟକଣା ପ୍ରଶାସନ ପକ୍ଷରୁ କଟକଣା ଲାଗିଛି।

ହେଲେ ସରକାରୀ ବିଦ୍ୟାଳୟରେ ସ୍ଥିତି ଭଲ ଅଛି। ତେଣୁ ସରକାରୀ ସ୍କୁଲରେ ପାଠ ପଢା ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି। ଏସଓପି ମାନି ସରକାରୀ ବିଦ୍ୟାଳୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠ ପଢା ଚାଲିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯେଉଁଠି ସ୍କୁଲ୍‌ ଖୋଲିପାରିବ, ସେଇଠି ହଷ୍ଟେଲ ଖୋଲିବ: ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍ ଖୋଲାଯିବ। ଏନେଇ ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା। ହେଲେ ଆଜି ହଷ୍ଟେଲ ଖୋଲିବା ନେଇ ଘୋଷଣା କରିଛନ୍ତି।

ଏ ବିଷୟରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ହଷ୍ଟେଲ ନଖୋଲିଲେ ପିଲାମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲ୍‌ରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଆମ ବିଭାଗ ନୁହେଁ, ଯେଉଁଠି ଟିଆର୍‌ଡବ୍ଲୁ ସ୍କୁଲ୍‌ର ହଷ୍ଟେଲ୍‌ ରହିଛି, ସେଗୁଡ଼ିକ ବି ଖୋଲିବ। ଜାରି ଗାଇଡ୍‌ ଲାଇନ୍‌ ଅନୁସାରେ ଯେଉଁଠି ସ୍କୁଲ୍‌ ଖୋଲିପାରିବ, ସେଇଠି ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିପାରିବ। ଏନେଇ ଖୁବ୍‌ଶୀଘ୍ର ନୂଆ ଏସ୍‌ଓପି ଜାରି କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ +2 ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର :  ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ । ତେବେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବରେ ହେବ ବୋଲି ମଧ୍ୟ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ ପରୀକ୍ଷା ହେବ । ପରୀକ୍ଷା ନିହାତି ବିଳମ୍ବରେ ହେବ। ଆଉ ତା ପୂର୍ବରୁ ଶିକ୍ଷାଦାନ ଦିଆଯିବ ।ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସ୍କୁଲ୍ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ଜଣାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ନାମରେ ଏତଲା

ଭୁବନେଶ୍ବର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମାକାନ୍ତ  ସାମନ୍ତରାୟଙ୍କ ନାମରେ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । କୋଭିଡ୍‌ -19 ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । କରୋନା ସତ୍ତ୍ବେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ଅଭିଯୋଗ ହୋଇଛି । ସ୍ବର୍ଗଦ୍ବାରରେ ଶହ ଶହ ଲୋକଙ୍କ ଗହଣରେ ସାମିଲ୍‌ ହୋଇଥିଲେ । କରୋନା ଆଇନ ଉଲ୍ଲଂଘନକାରୀ ଅଭିଯୋଗରେ ତାଙ୍କୁ ଗିରଫ କରାଯାଉ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି ।

ଅପରପକ୍ଷରେ ଏହା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ 21 ଦିନ ଧରି ଆଇସୋଲେସନ୍‌ରେ ରହିଥିଲେ ।  ଅଭିଯୋଗକାରୀ ଏହି ସମ୍ପର୍କରେ ଜାଣିନାହାନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।  ସେ ସମ୍ପୂର୍ଣ୍ଣ ରୂପେ କୋଭିଡ୍‌ ନିୟମ ପାଳନ କରିଛନ୍ତି । ସେ କୌଣସି ନିୟମ ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି  ଗଣଶିକ୍ଷା ମନ୍ତ୍ରୀ । ଅପରପକ୍ଷରେ ଏନେଇ ବିଧାୟକ ଉମା ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ସେପ୍ଟେମ୍ବର 14ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା 

ଭୁବନେଶ୍ବର :  ସେପ୍ଟେମ୍ବର 14ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେପ୍ଟେମ୍ବର 14ରୁ 22 ଯାଏଁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର 14ରୁ 24 ଯାଏଁ ଓପନ୍‌ ଲର୍ଣ୍ଣିଂ ସ୍କୁଲର ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ।

ଏହି ଅବସରରେ ଶିକ୍ଷକଙ୍କ ପଦୋନ୍ନତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।ରାଜ୍ୟର 56 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ପାଇବେ ବୋଲି ସୂଚନା ରହିଛି । ଅଗଷ୍ଟ ଶେଷ ସୁଦ୍ଧା ପଦୋନ୍ନତି ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ 31 ଭିତରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

ଭୁବନେଶ୍ବର : ଆସନ୍ତା ଜୁଲାଇ 31 ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ ଖାତା ଦେଖା ସରିଥିବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ଖାତା ଦେଖା ସରିଯାଇଥିବାବେଳେ ଟାବୁଲେସନ୍‌ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି ।  କୋଡିଏଟି ଜିଲ୍ଲାରେ ସଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।

ତେବେ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପତ୍ର ଲେଖାଯିବ, ମୂଲ୍ୟାୟନ କିପରି କରାଯିବ ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Categories
ଆଜିର ଖବର ରାଜ୍ୟ ଖବର

ଜୁନ୍‌ 17ରୁ ଖୋଲିବନି ସ୍କୁଲ

ଭୁବନେଶ୍ବର : ରାଜ୍ୟରେ ଜୁନ୍‌ 17 ତାରିଖରୁ ସ୍କୁଲ ଖୋଲିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌ ଆସିଛି । ସ୍କୁଲ, କଲେଜ ଖୋଲିବା ନେଇ କାଲି କେନ୍ଦ୍ରର ନୂଆ ଗାଇଡଲାଇନ୍‌ ଆସିଛି । ଗାଇଡ୍‌ଲାଇନ୍‌ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି । ତେଣୁ ସେହି ଅନୁସାରେ ଜୁନ୍‌ 17ରୁ ସ୍କୁଲ ଖୋଲିବନି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ କୁହାଯାଇଛି । ତେଣୁ ସେହି ଦୃଷ୍ଟିକୋଣରୁ ଜୁନ୍‌ 17ରେ ସ୍କୁଲ ଖୋଲିବନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ପରବର୍ତ୍ତୀ କଥା ପରେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଘୁଞ୍ଚିଲା

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଖାତା ଦେଖାକୁ ଘୁଞ୍ଚାଯାଇଛି। ବାତ୍ୟା ‘ଆମ୍ଫାନ୍‌’କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ଓ ଯୁକ୍ତ ଦୁଇ ଖାତା ଦେଖାକୁ ଘୁଞ୍ଚାଯାଇଛି। ମାଟ୍ରିକ୍‌ ପରୀକ୍ଷା ଖାତା 20 ତାରିଖ ପରିବର୍ତ୍ତେ 21 ତାରିଖରୁ ଦେଖା ହେବ। ସେହିପରି 10 କିଲୋମିଟର ଦୂର ଭିତରେ ପରୀକ୍ଷା ଖାତା ଦେଖିବେ ଶିକ୍ଷକ। 60ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ।

ସେହିପରି ବାକି ରହିଥିବା ଯୁକ୍ତ ଦୁଇ ପରୀକ୍ଷା ଜୁଲାଇ 1ରୁ 15 ମଧ୍ୟରେ ସରିବ। ଶେଷ ହୋଇଯାଇଥିବା ପରୀକ୍ଷା ଖାତା ଦେଖା ଜୁନ୍‌ 1ରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକରେ ଯୁକ୍ତ ଦୁଇ ଓ ମାଟ୍ରିକ୍‌ ଖାତା ଦେଖାକୁ ନେଇ ନିଷ୍ପତ୍ତି ନିଆଯାଇଛି ।