ଯେଉଁଠି ସ୍କୁଲ୍‌ ଖୋଲିପାରିବ, ସେଇଠି ହଷ୍ଟେଲ ଖୋଲିବ: ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ

Published: Jan 3, 2021, 2:23 pm IST

ଭୁବନେଶ୍ବର: ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍ ଖୋଲାଯିବ। ଏନେଇ ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା। ହେଲେ ଆଜି ହଷ୍ଟେଲ ଖୋଲିବା ନେଇ ଘୋଷଣା କରିଛନ୍ତି।

ଏ ବିଷୟରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ହଷ୍ଟେଲ ନଖୋଲିଲେ ପିଲାମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲ୍‌ରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଆମ ବିଭାଗ ନୁହେଁ, ଯେଉଁଠି ଟିଆର୍‌ଡବ୍ଲୁ ସ୍କୁଲ୍‌ର ହଷ୍ଟେଲ୍‌ ରହିଛି, ସେଗୁଡ଼ିକ ବି ଖୋଲିବ। ଜାରି ଗାଇଡ୍‌ ଲାଇନ୍‌ ଅନୁସାରେ ଯେଉଁଠି ସ୍କୁଲ୍‌ ଖୋଲିପାରିବ, ସେଇଠି ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିପାରିବ। ଏନେଇ ଖୁବ୍‌ଶୀଘ୍ର ନୂଆ ଏସ୍‌ଓପି ଜାରି କରାଯିବ।

Related posts