ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଘୁଞ୍ଚିଲା

Published: May 18, 2020, 2:29 pm IST

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଖାତା ଦେଖାକୁ ଘୁଞ୍ଚାଯାଇଛି। ବାତ୍ୟା ‘ଆମ୍ଫାନ୍‌’କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ଓ ଯୁକ୍ତ ଦୁଇ ଖାତା ଦେଖାକୁ ଘୁଞ୍ଚାଯାଇଛି। ମାଟ୍ରିକ୍‌ ପରୀକ୍ଷା ଖାତା 20 ତାରିଖ ପରିବର୍ତ୍ତେ 21 ତାରିଖରୁ ଦେଖା ହେବ। ସେହିପରି 10 କିଲୋମିଟର ଦୂର ଭିତରେ ପରୀକ୍ଷା ଖାତା ଦେଖିବେ ଶିକ୍ଷକ। 60ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ।

ସେହିପରି ବାକି ରହିଥିବା ଯୁକ୍ତ ଦୁଇ ପରୀକ୍ଷା ଜୁଲାଇ 1ରୁ 15 ମଧ୍ୟରେ ସରିବ। ଶେଷ ହୋଇଯାଇଥିବା ପରୀକ୍ଷା ଖାତା ଦେଖା ଜୁନ୍‌ 1ରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକରେ ଯୁକ୍ତ ଦୁଇ ଓ ମାଟ୍ରିକ୍‌ ଖାତା ଦେଖାକୁ ନେଇ ନିଷ୍ପତ୍ତି ନିଆଯାଇଛି ।

Related posts