ଜୁନ୍‌ 17ରୁ ଖୋଲିବନି ସ୍କୁଲ

Published: May 31, 2020, 11:06 am IST

ଭୁବନେଶ୍ବର : ରାଜ୍ୟରେ ଜୁନ୍‌ 17 ତାରିଖରୁ ସ୍କୁଲ ଖୋଲିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌ ଆସିଛି । ସ୍କୁଲ, କଲେଜ ଖୋଲିବା ନେଇ କାଲି କେନ୍ଦ୍ରର ନୂଆ ଗାଇଡଲାଇନ୍‌ ଆସିଛି । ଗାଇଡ୍‌ଲାଇନ୍‌ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି । ତେଣୁ ସେହି ଅନୁସାରେ ଜୁନ୍‌ 17ରୁ ସ୍କୁଲ ଖୋଲିବନି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ କୁହାଯାଇଛି । ତେଣୁ ସେହି ଦୃଷ୍ଟିକୋଣରୁ ଜୁନ୍‌ 17ରେ ସ୍କୁଲ ଖୋଲିବନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ପରବର୍ତ୍ତୀ କଥା ପରେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related posts