Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶବ ଦାହ ପାଇଁ ମାଗିଲେ ଦେଢଲକ୍ଷ ଟଙ୍କା : ଟଙ୍କା ନ ଦେବାରୁ ଫେରାଇଲେ କରୋନା ଆକ୍ରାନ୍ତଙ୍କ ଶବ
ଆଜିର ଖବର

ଶବ ଦାହ ପାଇଁ ମାଗିଲେ ଦେଢଲକ୍ଷ ଟଙ୍କା : ଟଙ୍କା ନ ଦେବାରୁ ଫେରାଇଲେ କରୋନା ଆକ୍ରାନ୍ତଙ୍କ ଶବ

July 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାଗଲପୁର : କରୋନା ସହ ଲଢେଇରେ ଆମ ମଣିଷପଣିଆ ମରିଯାଇଥିବାର ଦେଖଯାଉଛି । କରୋନାରୁ ଦୂରେଇବା ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହାକୁ ନେଇ ଆମେ ଅସଭ୍ୟ ହୋଇଯାଉଛି । କରୋନାକୁ ଡରିବା ସହିତ ଆମେ କରୋନା ରୋଗୀ ଏପରିକି କରୋନା ଯୋଦ୍ଧାଙ୍କୁ ମଧ୍ୟ ଘୃଣା କରିବା ଆରମ୍ଭ କଲୁଣୁ । କରୋନା ରୋଗୀ ସହ ସେମାନଙ୍କ ପରିବା ପ୍ରତି ଆମେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରୁଛୁ ।  ଭାଗଲପୁର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଭାଗଲପୁରର ବରାରୀ ଶ୍ମଶାନ ଘାଟରେ କରୋନା ସଂକ୍ରମିତଙ୍କ ଶବର ଅନ୍ତିମ ସଂସ୍କାର ଅର୍ଥାତ୍‌ ଶବ ଦାହ ପାଇଁ ଦେଢ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଶ୍ମଶାନରେ ଉପସ୍ଥିତ ଲୋକେ ଦେଢ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ମୃତକଙ୍କ ପରିଜନମାନେ ଟଙ୍କା ଦେଇପାରିବେ ନାହିଁ ବୋଲି  ବହୁ ଅନୁନୟ କରିବାପରେ ବି ତାଙ୍କ କଥାକୁ ଶୁଣିନଥିଲେ । ଶବ ସହ ପରିଜନଙ୍କୁ ଶ୍ମଶାନରୁ ଫେରାଇ ଦେଇଥିଲେ ।  ଏହାପରେ ପରିଜନମାନେ ଶବକୁ ଶ୍ମଶାନ ଘାଟରୁ ଫେରାଇ ଆଣି ଶବଗୃହରେ ରଖିଥିଲେ । ପରେ ପୋଲିସ୍‌ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ବିଳମ୍ବିତ ରାତ୍ରିରେ ଶବ ଦାହ କରାଯାଇଥିଲା।

ରବିବାର ଦିନ ଏକ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଯିଏ ଭାଗଲପୁରରେ ଏକା ରହୁଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ପରିଜନମାନେ ପାଟନାରେ ଆସି ପହଞ୍ଚିଥିଲେ । ଗାଇଡଲାଇନ ମୁତାବକ ଶବାଗାରରୁ ଶବକୁ ନେଇ ଶ୍ମଶାନ ଘାଟକୁ ନେଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ମୃତ୍ୟୁର କାରଣ କରୋନା ଜାଣିବା ପରେ ଦେଢ ଲକ୍ଷ ଟଙ୍କାର ଦାବି କରିଥିଲେ । ଏହା ପରେ ଶବକୁ ଦାହ ନ କରି ଫେରାଇ ଦେଇଥିଲେ ।  ପରେ ପୋଲିସ୍‌ ଏହି ଘଟଣାରେ ହସ୍ତକ୍ଷେପ କରି ଶବକୁ ଦାହ  କରାଇଥିଲା । (ଏଜେନ୍ସି)

 

corona cremation
Share. Facebook Twitter LinkedIn Email WhatsApp Copy Link

Related Posts

ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ

June 19, 2026

ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ, ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

June 19, 2026

ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?

June 19, 2026

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026
Latest News

ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ

June 19, 2026

ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ, ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

June 19, 2026

ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?

June 19, 2026

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.