Categories
ଆଜିର ଖବର ଜାତୀୟ ଖବର

ଶବ ଦାହ ପାଇଁ ମାଗିଲେ ଦେଢଲକ୍ଷ ଟଙ୍କା : ଟଙ୍କା ନ ଦେବାରୁ ଫେରାଇଲେ କରୋନା ଆକ୍ରାନ୍ତଙ୍କ ଶବ

ଭାଗଲପୁର : କରୋନା ସହ ଲଢେଇରେ ଆମ ମଣିଷପଣିଆ ମରିଯାଇଥିବାର ଦେଖଯାଉଛି । କରୋନାରୁ ଦୂରେଇବା ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହାକୁ ନେଇ ଆମେ ଅସଭ୍ୟ ହୋଇଯାଉଛି । କରୋନାକୁ ଡରିବା ସହିତ ଆମେ କରୋନା ରୋଗୀ ଏପରିକି କରୋନା ଯୋଦ୍ଧାଙ୍କୁ ମଧ୍ୟ ଘୃଣା କରିବା ଆରମ୍ଭ କଲୁଣୁ । କରୋନା ରୋଗୀ ସହ ସେମାନଙ୍କ ପରିବା ପ୍ରତି ଆମେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରୁଛୁ ।  ଭାଗଲପୁର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଭାଗଲପୁରର ବରାରୀ ଶ୍ମଶାନ ଘାଟରେ କରୋନା ସଂକ୍ରମିତଙ୍କ ଶବର ଅନ୍ତିମ ସଂସ୍କାର ଅର୍ଥାତ୍‌ ଶବ ଦାହ ପାଇଁ ଦେଢ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଶ୍ମଶାନରେ ଉପସ୍ଥିତ ଲୋକେ ଦେଢ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ମୃତକଙ୍କ ପରିଜନମାନେ ଟଙ୍କା ଦେଇପାରିବେ ନାହିଁ ବୋଲି  ବହୁ ଅନୁନୟ କରିବାପରେ ବି ତାଙ୍କ କଥାକୁ ଶୁଣିନଥିଲେ । ଶବ ସହ ପରିଜନଙ୍କୁ ଶ୍ମଶାନରୁ ଫେରାଇ ଦେଇଥିଲେ ।  ଏହାପରେ ପରିଜନମାନେ ଶବକୁ ଶ୍ମଶାନ ଘାଟରୁ ଫେରାଇ ଆଣି ଶବଗୃହରେ ରଖିଥିଲେ । ପରେ ପୋଲିସ୍‌ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ବିଳମ୍ବିତ ରାତ୍ରିରେ ଶବ ଦାହ କରାଯାଇଥିଲା।

ରବିବାର ଦିନ ଏକ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଯିଏ ଭାଗଲପୁରରେ ଏକା ରହୁଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ପରିଜନମାନେ ପାଟନାରେ ଆସି ପହଞ୍ଚିଥିଲେ । ଗାଇଡଲାଇନ ମୁତାବକ ଶବାଗାରରୁ ଶବକୁ ନେଇ ଶ୍ମଶାନ ଘାଟକୁ ନେଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ମୃତ୍ୟୁର କାରଣ କରୋନା ଜାଣିବା ପରେ ଦେଢ ଲକ୍ଷ ଟଙ୍କାର ଦାବି କରିଥିଲେ । ଏହା ପରେ ଶବକୁ ଦାହ ନ କରି ଫେରାଇ ଦେଇଥିଲେ ।  ପରେ ପୋଲିସ୍‌ ଏହି ଘଟଣାରେ ହସ୍ତକ୍ଷେପ କରି ଶବକୁ ଦାହ  କରାଇଥିଲା । (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ପଡିଲା ମହଙ୍ଗା : 25 ଜଣଙ୍କ ମଧ୍ୟରୁ 19 ଜଣଙ୍କଠାରେ କରୋନା ପଜିଟିଭ୍‌

ତେଲେଙ୍ଗାନା :  ତେଲେଙ୍ଗାନାର ସାଙ୍ଗାରେଡ୍ଡିଠାରେ ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିବା 25 ଜଣ ଲୋକଙ୍କ ମଧ୍ୟରୁ 19 ଜଣଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ସମସ୍ତେ ଜୁନ୍‌10 ତାରିଖରେ ସାଙ୍ଗାରେଡ୍ଡିର ଜହୀରାବାଦଠାରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିଲେ ।

କରୋନା ଲକ୍ଷଣ ଦେଖାଯିବା ପରେ ଏହି ସମସ୍ତ ଲୋକଙ୍କ ଟେଷ୍ଟ କରାଯାଇଥିଲା । ଏହା ମଧ୍ୟରୁ 19 ଜଣଙ୍କ ଠାରେ କରୋନା ପଜିଟିଭ୍‌ ଆସିବାର ସୂଚନା ରହିଛି । ଏହି ସମସ୍ତଙ୍କୁ ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମୃତ ମହିଳା ଜଣକ ଜହୀରାବାଦର ଶାନ୍ତି ନଗର କଲୋନୀରେ ରହୁଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା ।

55 ବର୍ଷୀୟା ଏହି ମହିଳାଜଣକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ। ଜୁନ୍‌ 9 ତାରିଖରେ ତାଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା  । ଏହା ପରେ ମହିଳା ଜଣକଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ଦାୟିତ୍ବହୀନ ଭାବେ  କରୋନା ରିପୋର୍ଟକୁ ଅପେକ୍ଷା ନ କରି ମୃତ ମହିଳାଙ୍କ ଶବକୁ ପରିଜନକୁ ହସ୍ତାନ୍ତର କରିଦେଇଥିଲେ । ଏହା ପରେ ମହିଳାଙ୍କ ସମ୍ବନ୍ଧୀୟମାନେ ପାରମ୍ପରିକ ରୀତିନୀତିରେ ଅନ୍ତିମ ସଂସ୍କାର କରାଇଥିଲେ । ଏହା ପରେ ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚିନ୍ତା ବଢି ଯାଇଥିଲା । ପ୍ରଶାସନ ଶାନ୍ତି ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିବାବେଳେ ସେଠାରେ ଥିବା 350 ଘରକୁ ଟେଷ୍ଟିଂ କରାଯାଉଛି ।  ସମସ୍ତଘରକୁ ସାନିଟାଇଜେସନ୍‌ ମଧ୍ୟ କରାଯାଉଛି। (ଏଜେନ୍ସି)