Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତୁ ଜାଣିବା ପ୍ଲାଜମା ଥେରାପି କ’ଣ ? କେଉଁମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ
ଆଜିର ଖବର

ଆସନ୍ତୁ ଜାଣିବା ପ୍ଲାଜମା ଥେରାପି କ’ଣ ? କେଉଁମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ

July 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ବର, ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏବେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଉଛି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ଆଜି ଓଡ଼ିଶାରେ ମଧ୍ୟ ପ୍ଲାଜମା ଥେରାପି ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ମେଡିକାଲ କଲେଜରେ ଏହାର ଉଦଘାଟନ କରିଛନ୍ତି। ହେଲେ ଆସନ୍ତୁ ଜାଣିବା ପ୍ଲାଜମା ଥେରାପି କ’ଣ ? କେଉଁ ଲୋକ ମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ।

ଯେଉଁମାନେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରୋଧ ବଢାଇଥାନ୍ତି, ଯାହାକୁ ଆଣ୍ଟିବଡି କୁହାଯାଏ। ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ରକ୍ତରୁ ପ୍ଲାଜମାକୁ ସ୍ବତନ୍ତ୍ର ମେସିନ୍ ସହାୟତାରେ କଢ଼ାଯାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଦିଆଯାଇଥାଏ। ଫଳରେ ଗୁରୁତର ରୋଗୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଯାହାକି କରୋନା ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।

ତେବେ ପ୍ଲାଜମା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କରୋନାରୁ ମୁକ୍ତ ହେବାର ୨ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଦେଶରେ କୌଣସି କରୋନା ପ୍ରତିଷେଧକ ବା ଔଷଧ ବାହାରିବା ପୂର୍ବରୁ ଡାକ୍ତରମାନେ ପ୍ଲାଜମା ଥେରାପି ଜରିଆରେ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ଆରମ୍ଭ କରିଛନ୍ତି। ଏହାର ଭଲ ପ୍ରଭାବ ମିଳୁଥିବା ଜଣା ପଡିଛି।

ଚିକିତ୍ସକଙ୍କ ମତରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ୧୪ ଦିନ ପରେ ପ୍ଲାଜମା ଦେଇପାରିବେ। କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୬0 ବର୍ଷରୁ ଅଧିକ ହୋଇ ନଥିବ। ସେହିଭଳି ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ରୋଗ ତାଙ୍କଠାରେ ଅନିୟନ୍ତ୍ରିତ ଅବସ୍ଥାରେ ନଥିବ।

ଏଥିସହିତ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ଦୀର୍ଘଦିନ ଧରି କିଡନି, ହାର୍ଟ, ଲଙ୍ଗ୍ ଏବଂ ଲିଭରଜନିତ ରୋଗ ମଧ୍ୟ ନଥିବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ କହନ୍ତି। କେବଳ ସେତିକି ନୁହେଁ, ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିଙ୍କ ପୌଷ୍ଟିକତା ଭଲ ଥିବା ସହିତ ତାଙ୍କର ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବା ଆବଶ୍ୟକ। ସେହିଭଳି ‌ହେମୋଗ୍ଲୋବିନ୍ ସ୍ତର ମଧ୍ୟ ୮ରୁ ଅଧିକ ରହିଥିବା ଉଚିତ। ମହିଳାଙ୍କ ଦୃଷ୍ଟିରୁ ଦେଖିଲେ ସେମାନେ କଦାପି ଗର୍ଭବତୀ ହୋଇ ନଥିବା ଆବଶ୍ୟକ ‌ଓ ସେମାନଙ୍କ ଆଣ୍ଟିବଡି ସ୍ତର ମଧ୍ୟ ଭଲ ଥିବା ଉଚିତ। ଏହି ଥେରାପିର ଏକ ଭଲଦିଗ ହେଲା ରକ୍ତର ଗୋଟିଏ ଉପାଦାନକୁ ପ୍ରଦାନକାରୀଙ୍କୁ ଦେବାକୁ ପଡ଼ିଥାଏ। ୧୫ ଦିନ ପରେ ଦ୍ବିତୀୟ ଥର ପାଇଁ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଦାନ କରିପାରିବେ।

ପ୍ଲାଜମା ଥେରାପି
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ ସମେତ ଆଠଟି ଆସନରେ ଉପନିର୍ବାଚନର ଫଳାଫଳ: ଜାଣନ୍ତୁ କଂଗ୍ରେସର ସ୍ଥିତି

November 14, 2025

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

November 14, 2025

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025
Latest News

ବିପୁଳ ବିଜୟ ପରେ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

November 14, 2025

ନୂଆପଡାବାସୀଙ୍କୁ ଧନ୍ୟବାଦ ଏବଂ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…..

November 14, 2025

ବିହାର ନିର୍ବାଚନ ସମେତ ଆଠଟି ଆସନରେ ଉପନିର୍ବାଚନର ଫଳାଫଳ: ଜାଣନ୍ତୁ କଂଗ୍ରେସର ସ୍ଥିତି

November 14, 2025

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ନୂଆପଡା ଉପ ନିର୍ବାଚନ: ଇତିହାସ ରଚିଲା ବିଜେପି, ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.