Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା
ବିଶେଷ ଖବର

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
Chief Minister's guidance to OIS officers: Accuracy, speed, and simplicity.
Chief Minister's guidance to OIS officers: Accuracy, speed, and simplicity.

ଭୁବନେଶ୍ୱର: ‘ଆମର ଯୋଗାଯୋଗ ଶୈଳୀ ସବୁବେଳେ ତିନୋଟି ପ୍ରମୁଖ ନୀତି ଉପରେ ପର୍ଯ୍ୟବେସିତ ହେବା ଉଚିତ୍‌। ସେଗୁଡ଼ିକ ହେଲା ତଥ୍ୟଗତ ସଠିକତା, ସମୟୋପଯୋଗୀ ଦ୍ରୁତତା(ଶୀଘ୍ର) ଏବଂ ସରଳତା। ସରକାରୀ ତଥ୍ୟ କିମ୍ବା ପରିସଂଖ୍ୟାନରେ କୌଣସି ଭୁଲ୍ ଗ୍ରହଣୀୟ ନୁହେଁ। ଡିଜିଟାଲ୍ ଯୁଗରେ ସୂଚନା ପ୍ରଦାନରେ ବିଳମ୍ବ ହେଲେ ଏକ ସୂଚନା ଶୂନ୍ୟତା ସୃଷ୍ଟି ହୁଏ, ଯାହାର ସୁଯୋଗ ନେଇ ଅନେକ ସମୟରେ କିଛି ଲୋକ ଭୁଲ୍ ଓ ବିଭ୍ରାନ୍ତିକର ସୂଚନା ପ୍ରଦାନ କରିଥାନ୍ତି। ତେଣୁ ସଠିକ୍ ସୂଚନାକୁ ଦ୍ରୁତ ଗତିରେ ଏବଂ ସାଧାରଣ ଲୋକ ବୁଝିପାରିବା ଭଳି ସରଳ ଭାଷାରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ।’ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ଶୁକ୍ରବାର ଓଡ଼ିଶା ସୂଚନା ସେବା(ଓଆଇଏସ୍‌) ଅଧିକାରୀଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖବର ପରିବେଷଣ ଏବଂ ସରକାରୀ ଯୋଗାଯୋଗର ମୂଳସ୍ତମ୍ଭ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍‌ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସୂଚନା ଓ ସଞ୍ଚାର ପାଇଁ ଏକ ପ୍ରଭାବଶାଳୀ ସୋସିଆଲ ମିଡିଆ ନୀତି ପ୍ରଣୟନ କରାଯିବ। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ଏବଂ ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥ୍ୟ ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଯୁବ ବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଞ୍ଚାର ବା ଯୋଗାଯୋଗ ପାଇଁ ଆମକୁ ମଧ୍ୟ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍‌ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି ସୂଚନାସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି କହିଛନ୍ତି ଯେ ବର୍ତ୍ତମାନର ସମୟ କେବଳ ପାରମ୍ପରିକ ପ୍ରିଣ୍ଟ ବା ଇଲେକ୍ଟ୍ରୋନିକ୍ସ ମିଡିଆର ସମୟ ନୁହେଁ, ବରଂ ସୋସିଆଲ ମିଡିଆ ଏବଂ କ୍ରିଏଟର ଇକୋନୋମିର ଯୁଗ। ପ୍ରତ୍ୟେକ ନାଗରିକଙ୍କ ହାତରେ ଥିବା ମୋବାଇଲ୍ ଆଜି ଏକାଧାରରେ ଖବରକାଗଜ, ଟେଲିଭିଜନ, ରେଡିଓ ଏବଂ ଏକାଧିକ ଯୋଗାଯୋଗର ମାଧ୍ୟମ ପାଲଟିଛି। ତେଣୁ ସରକାରୀ ଅଧିକାରୀମାନଙ୍କୁ କେବଳ ପ୍ରେସ୍ ରିଲିଜ୍ ଜାରି କରିବାରେ ସୀମିତ ନ ରହି ଜଣେ ଦକ୍ଷ କମ୍ୟୁନିକେସନ ପ୍ରଫେସ୍‌ନାଲ୍ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ସୋସିଆଲ ମିଡିଆ ମନିଟରିଂ ଏବଂ ସୋସିଆଲ ଲିଆସନିଙ୍ଗ୍ ଜରିଆରେ ଜନସାଧାରଣଙ୍କ ମତାମତ ଓ ସମସ୍ୟାଗୁଡ଼ିକୁ ତ୍ୱରିତ ଭାବେ ଗ୍ରହଣ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କାହାଣୀ କହିବା ଶୈଳୀ ବା ଷ୍ଟୋରିଟେଲିଂ ଉପରେ ବିଶେଷ ଜୋର୍ ଦେଇଛନ୍ତି। କେବଳ ଶୁଷ୍କ ପରିସଂଖ୍ୟାନ ବା ତଥ୍ୟ ଦେବା ପରିବର୍ତ୍ତେ ସରକାରୀ ଯୋଜନାଗୁଡ଼ିକ କିପରି ଜଣେ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି, ତାହାର ମାନବୀୟ କାହାଣୀ ଲୋକଙ୍କ ସାମ୍ନାକୁ ଆଣିପାରିଲେ ଏହା ପ୍ରଭାବଶାଳୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ହିତାଧିକାରୀଙ୍କ କାହାଣୀକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ। କାରଣ ହିତାଧିକାରୀମାନଙ୍କ ମନ୍ତବ୍ୟ ହିଁ ସରକାରୀ ସେବା ପ୍ରଦାନର ପ୍ରକୃତ ପ୍ରମାଣ । ଆଜିର ଏହି କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଡିପ୍‌-ଫେକ୍‌, କ୍ଲୋନ୍ ହୋଇଥିବା ସ୍ୱର ଏବଂ କୃତ୍ରିମ ଭିଡିଓଗୁଡ଼ିକ ସମାଜରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ଭୁଲ୍ ଖବର ଶୀଘ୍ର ବ୍ୟାପିଥାଏ। ତେଣୁ ଯେକୌଣସି ତଥ୍ୟ ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ। ସରକାରୀ ଅଧିକାରୀମାନେ ଆଜୀବନ ଶିକ୍ଷାର୍ଥୀ ହୋଇ ଡିଜିଟାଲ୍ ମିଡିଆ, ଫ୍ୟାକ୍ଟ-ଚେକିଂ, ଏବଂ ଭିଡିଓ କଣ୍ଟେଣ୍ଟ୍ କ୍ରିଏସନ୍‌ରେ ଦକ୍ଷତା ହାସଲ କରିବା ଆବଶ୍ୟକ। ସୂଚନା ଅଧିକାରୀମାନେ କେବଳ ପ୍ରେସ ରିଲିଜରେ ସୀମିତ ନ ରହି ଆଧୁନିକ ସଞ୍ଚାର ବ୍ୟବସ୍ଥାର ପରିଚାଳକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।ସରକାରଙ୍କ ପକ୍ଷରୁ ସୂଚନା ସେବା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଜିଲ୍ଲାଠାରୁ ମୁଖ୍ୟାଳୟ ପର୍ଯ୍ୟନ୍ତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିସ୍ତୃତ ପ୍ରସ୍ତାବ ଦେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ, ସମସ୍ତ ଅଧିକାରୀମାନେ ନିଷ୍ଠା ଓ ବୃତ୍ତିଗତ ଦକ୍ଷତାର ସହିତ କାମ କରି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ବିଭାଗ ପକ୍ଷରୁ ବିଜ୍ଞାପନ ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ “ଇ-ସଞ୍ଚାର ଆପ୍‌’କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସୂଚନା ସେବା ସଂଘ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ପତ୍ରିକା “ଲୋକସମ୍ପର୍କ’ର ଉନ୍ମୋଚନ କରିଥିଲେ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଠିକ୍ ତଥ୍ୟର ପ୍ରଚାର ଓ ପ୍ରସାର ଦ୍ୱାରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱସନୀୟତା ଆହୁରି ଦୃଢ଼ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ହେଉଛନ୍ତି ପ୍ରକୃତରେ ସରକାରଙ୍କ ପ୍ରମୁଖ ଚେହେରା ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା, ଉପଖଣ୍ଡ ଓ ବିଭାଗରେ କାର୍ଯ୍ୟରତ ସୂଚନା ସେବା ଅଧିକାରୀମାନେ ଯୋଗ ଦେଇଥିଲେ।

ଓଡ଼ିଶା ସୂଚନା ସେବା(ଓଆଇଏସ୍‌) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026

ପାର୍ବଣ ଋତୁ ପାଇ ଟ୍ରେନ ଗୁଡିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

October 9, 2026
Latest News

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.