Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନ ଦ୍ବିପ୍ରହରରେ ବାଣପୁରର ଝରଣା ଜଙ୍ଗଲରୁ ଶାଗୁଆନ୍‌ କାଠ ଚୋରି : ବନ ବିଭାଗର ଅପାରଗତା ଲାଗି ଅଟକ ଥିବା ଚୋରକୁ ଛାଡିଲେ ଗ୍ରାମବାସୀ
ଆଜିର ଖବର

ଦିନ ଦ୍ବିପ୍ରହରରେ ବାଣପୁରର ଝରଣା ଜଙ୍ଗଲରୁ ଶାଗୁଆନ୍‌ କାଠ ଚୋରି : ବନ ବିଭାଗର ଅପାରଗତା ଲାଗି ଅଟକ ଥିବା ଚୋରକୁ ଛାଡିଲେ ଗ୍ରାମବାସୀ

July 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଶାଗୁଆନ କାଠ ଚୋରି କରୁଥିବା ସମୟରେ ଗ୍ରାମବାସୀମାନେ ଏକ ଚୋରକୁ କାବୁକରି  ଅଟକ ରଖିବା ପରେ ବି  ବନବିଭାଗ କର୍ମଚାରୀ ୬ ଘଣ୍ଟା ଯାଏଁ  ଘଟଣାସ୍ଥଳରେ ନ ପହଞ୍ଚିବା ବଡ ବିଡମ୍ବନାର ବିଷୟ ।ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ  ଚାରି ଘଟିକା  ସମୟରେ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ର ମୁକ୍ତାଦେଇପୁର ଗ୍ରାମ ନିକଟରେ ଥିବା  ‘ଝରଣା’ ଜଙ୍ଗଲ’ରୁ  ତିନି  ରୁ ଚାରି  ଜଣ ଦୁର୍ବୁତ୍ତ ଜଙ୍ଗଲରୁ ଶାଗୁଆନ୍‌ ଗଛ  କାଟି ଚୋରି କରୁଥିବା ସମୟରେ ଏହି ଜଙ୍ଗଲକୁ ତଦାରଖ କରୁଥିବା ମୁକ୍ତାଦେଇପୁର ଗ୍ରାମର  ମା’ମଙ୍ଗଳା ଭି.ଏସ୍‌.ଏସ  କମିଟି ଚୋରଙ୍କ ପିଛା କରିଥିଲେ । ପରିଶେଷରେ ଜଣେ ଚୋରକୁ ଧରିବାରେ ସଫଳ ହୋଇଥିଲେ । ୧0 ଟି ଶାଗୁଆନ ଗଛ ସହିତ ଚୋରକୁ ଅଟକ ରଖିଥିବାବେଳେ ଏନେଇ ବନ ଜଗୁଆଳୀଙ୍କୁ ଅବଗତ କରାଇଥିଲେ । ମାତ୍ର ବନଜଗୁଆଳୀ ଜଣକ ନ ଆସି ସମ୍ପୃକ୍ତ ଚୋରଙ୍କ ଦସ୍ତଖତ ରଖି ଛାଡି ଦେବାକୁ କହିଥିଲେ । ପରେ ଏନେଇ କେସ୍‌ କରିବେ ବୋଲି ବନ ଜଗୁଆଳୀ କହିଥିଲେ ।

ଏହାପରେ ଗ୍ରାମବାସୀମାନେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ  ଏ ସମ୍ପର୍କରେ ଫୋନ ଯୋଗେ ଯୋଗାଯୋଗ କରିଥିଲେ  । କିନ୍ତୁ ସେ କରୋନା ବାହାନା ଦେଖାଇ ଆସିନଥିଲେ । ତେବେ ଜଙ୍ଗଲ ସୁରକ୍ଷା ପାଇଁ ସରକାର ବହୁତ ଆଇନ ପ୍ରଣୟନ କରିଥିବାବେଳେ ଏହା କେତେ ଦୂର କାର୍ଯ୍ୟକାରୀ କରୁଛି, ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି । ଜଙ୍ଗଲରୁ ମୂଲ୍ୟବାନ ଶାଗୁଆନ କାଠ ଚୋରି କୁ ଖୋଦ ସରକାର ନିଯୁକ୍ତ କରିଥିବା ଗ୍ରାମବାସୀ ମାନେ ଜୀବନକୁ ବାଜି ଲଗେଇ ଦୁର୍ବୃତ୍ତକୁ ଧରି ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଉଛନ୍ତି ସେ ସମୟରେ ବନ ବିଭାଗ କରୋନା ଆଳ ଦେଖାଇ ନ ଆସିବା କେତେଦୂର ଯୁକ୍ତିଯୁକ୍ତ ଏବଂ ବନ ବିଭାଗ ଅଧିକାରୀମାନେ କେତେ ସତର୍କ ଏହା ଜଣାପଡୁଛି ।  ଏପରିକି ବନବିଭାଗ ଏବଂ କାଠ ଚୋରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।ତେବେ ମିଳିଥିବା ଶେଷ ସୂଚନା ଅନୁଯାୟୀ ବନ ଅଧିକାରୀଙ୍କ ଅପାରଗତା ଲାଗି ଗ୍ରାମବାସୀ ମାନେ ବାଧ୍ୟରେ କାଠ ଚୋରଠୁ ଲିଖିତ ଆକାରରେ ଦସ୍ତଖତ  ରଖି ଛାଡିଦେଇଛନ୍ତି  । ବର୍ତ୍ତମାନ ଦେଖିବାକୁ ବାକି ରହିଲା ବନ ବିଭାଗ ର କେବେ ନିଦ ଭାଙ୍ଗୁଛି ଏବଂ ଚୋରକୁ ଗିରଫ କରୁଛି ନା କରୋନା ଆଳ ଦେଖାଇ ଆଖି ବୁଝିଦେଉଛି ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026
Latest News

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

NEET ପେପର ଲିକ୍ ରୋକିବା ପାଇଁ ବଡ଼ ପଦକ୍ଷେପ: ସେନାକୁ ଦିଆଯିବ କି ପ୍ରଶ୍ନପତ୍ର?

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.