ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ୍ ଜଟିଳ ଥିବାବେଳେ ସେହି ଜିଲ୍ଲାରୁ ଏକ ଆଶ୍ବସ୍ତିକର ଖବର ମିଳିଛି । ଗଞ୍ଜାମ ଜିଲ୍ଲାର 95 ବର୍ଷୀୟ ବୃଦ୍ଧ ଉଦୟନାଥ କରୋନାକୁ ମାତ୍ ଦେଇଛନ୍ତି । କରୋନାରୁ ସୁସ୍ଥ ହୋଇଛନ୍ତି ଉଦୟନାଥ । ଉଦୟନାଥ ସୁସ୍ଥ ହେବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ହରାଇଥିବାରୁ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 95 ବର୍ଷ ବୟସରେ କରୋନା ମାତ୍ ଦେଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ନବୀନ କହିଛନ୍ତି ।
ସୋରଡା ବ୍ଲକର ଚାକୁଣ୍ଡା ଗ୍ରାମର 95 ବର୍ଷୀୟ ଉଦୟନାଥ ବିଷୋୟୀ କୋଭିଡ୍ ଯୁଦ୍ଧରେ ବିଜୟୀ ହୋଇଛନ୍ତି । ସେ ଜୁଲାଇ 18 ତାରିଖରେ ଟାଟା କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।ପୂର୍ବରୁ କେନ୍ଦ୍ରାପଡାର ଜଣେ ବୃଦ୍ଧ ଦମ୍ପତି ମଧ୍ୟ କରୋନାକୁ ମାତ୍ ଦେଇଥିଲେ ।
Tags: