ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି ପାଞ୍ଚୋଟି ମୁଣ୍ଡ ନେଇଛି କରୋନା । ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନିଜଣ ଥିବାବେଳେ ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଗଞ୍ଜାମରୁ ତିନି ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ପୁରୁଷ ଦ୍ବୟଙ୍କ ବୟସ ଯଥାକ୍ରମେ 60 ଓ 61 ବର୍ଷହୋଇଥିବାବେଳେ ମହିଳାଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି । ଗଜପତିର ମୃତକଙ୍କ ବୟସ 72 ବର୍ଷ ହୋଇଥିବାବେଳେ କନ୍ଧମାଳର 87 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।
ଆଜି ରାଜ୍ୟରୁ ପାଞ୍ଚଟି ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି ହୋଇଛି। ଗଞ୍ଜାମରେ ସର୍ବାଧିକ 62କୁ ବୃଦ୍ଧି ହୋଇଛି । ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।
ସେହିପରି ରାଜ୍ୟରେ 31 ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।
Tags: