ସ୍କୁଲ ଖୋଲିବା ନେଇ ଅଭିଭାବକଙ୍କ ମତ ଲୋଡିଲା ମାନବ ସମ୍ବଳ ବିଭାଗ, ଜାରୀ କଲେ ୩ ସୁତ୍ରୀ ମତାମତ

Published: Jul 22, 2020, 12:01 pm IST

ଭୁବନେଶ୍ବର, ଦେଶରେ କାରୋନା ମହାମାରି ପରିସ୍ଥିତିରେ ସବୁ ସ୍କୁଲଗୁଡିକ ଖୋଲିବା ପ୍ରାୟ ଅନିଶ୍ଚତତା ଭିତରେ ଗତି କରୁଛି । ଗୋଟିଏ ପଟେ ପିଲାଙ୍କ ସ୍ୱାସ୍ଥ୍ୟ-ସୁରକ୍ଷା ଚିନ୍ତା, ଅନ୍ୟପଟେ ସେମାନଙ୍କ ଶିକ୍ଷା-ସମସ୍ୟାକୁ ଆଧାର କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର ଶିକ୍ଷା ବିଭାଗ ମାଧ୍ୟମରେ ଅଭିଭାବକ ମାନଙ୍କ ୩-ସୂତ୍ରୀ ମତ ଲୋଡିଛନ୍ତି ।

ସେଗୁଡିକ ହେଲା

(୧) ଅଗଷ୍ଟ/ସେପ୍ଟେମ୍ବର/ଅକ୍ଟୋବର ମାସ ମଧ୍ୟରୁ କେଉଁ ମାସରେ ସ୍କୁଲ ଖୋଲାଯିବ

(୨) ସ୍କୁଲ ଖୋଲିବା ମାତ୍ରେ, ସ୍କୁଲ କର୍ତ୍ତୁପକ୍ଷଙ୍କ ଠାରୁ ଅଭିଭାବକ ମାନଙ୍କ ଆଶା

(୩) ଅଭିଭାବକମାନଙ୍କ ନିଜସ୍ଵ ମନ୍ତବ୍ୟ

ତେବେ ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ ଫୋରମ (ଓ.ପା.ଫ.) ତାହାର ଲିଖିତ ମନ୍ତବ୍ୟ ମାଧ୍ୟମ ରେ ଜଣାଇଛି କି, “ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟ ହେଉ କିମ୍ବା ବେସରକାରୀ ବିଦ୍ୟାଳୟ ଗୁଡିକର ସୁରକ୍ଷା ଦାଇତ୍ଵ ନିଜ ନିୟନ୍ତ୍ରଣ ଭିତରକୁ ନଆଣିଛନ୍ତି ଏବଂ କାରୋନା ସଂକ୍ରମଣ ସଂପୂର୍ଣ୍ଣ କାବୁ ନ କରାଯାଇପାରିଛି, ସେ ପର୍ଯ୍ୟନ୍ତ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ଓ.ପା.ଫ. କହିଛି, ଦୀର୍ଘ୍ୟ ୫୦ବର୍ଷର ଶିକ୍ଷା-ପଦ୍ଧତି ଅତିକ୍ରମ କରିବାପରେ ମଧ୍ୟ, ସରକାର ବେସରକାରୀ ସ୍କୁଲଗୁଡିକୁ ସରକାରୀ ନିୟମ ପରିସର ଭୁକ୍ତ କରିପାରିନାହାନ୍ତି କିମ୍ବା କୌଣସି ସ୍କୁଲ ପିଲାମାନଙ୍କ ନିରାପତ୍ତା ଓ ସୁରକ୍ଷା ସର୍ତ୍ତାବଳୀ ଥିବା NOC ନେଇନାହାନ୍ତି କିମ୍ବା NOC ରେ ଥିବା ସର୍ତ୍ତାବଳି ମାନୁନାହାନ୍ତି । ଏହିଭଳି ପରିସ୍ଥିତିରେ ସରକାର ସ୍କୁଲ ଖୋଲିବା ନିମନ୍ତେ ଘୋଷଣା କଲେ ମଧ୍ୟ, ଅବହିଭାବକମାନେ ସେମାନଙ୍କ ପିଲାମାନଙ୍କ ଜୀବନ ସୁରକ୍ଷିତ ବୋଲି କିଭଳି ଭରସା କରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି .

ଓ.ପା.ଫ. ର ଅଭିଯୋଗ ହେଲା ସରକାର, ଆଗାମି ପଢି ଓ ସ୍କୁଲଯାଉଥିବା ପିଲାମାନଙ୍କ ନିରାପତ୍ତା, ସୁରକ୍ଷା ସହ ଶିକ୍ଷା-ବ୍ୟବସ୍ଥାରେ ସୁଧାର ଆଣିବାପାଇଁ କୌଣସି ତତ୍ପରତ୍ତା ଦେଖାଉ ନାହାନ୍ତି ଯାହାଫଳରେକି ଲକ୍ଷ ଲକ୍ଷ ଅଭିଭାବକ ମାନଙ୍କ ମନରେ ଅସନ୍ତୋଷ ଭରି ରହୁଛି ।

Related posts