କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି 2 ଦିନ ପାଇଁ ସ୍ଟଡାଉନ୍ ରହିବ। ଆଜିଠାରୁ ଏହି କଟକଣା ଲାଗୁ ହୋଇଥିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ଗତ 20 ତାରିଖରେ ଭୁବନ ଅଞ୍ଚଳରେ 3 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ପଜିଟିଭ୍ ବିଭିନ୍ନ ଦୋକାନରେ କିଣାକିଣି କରିବା ସହ ବ୍ୟାଙ୍କ ଓ ପେଟ୍ରୋଲ୍ ପମ୍ପ ଯାଇଥିଲେ । ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ 7ଟି ଦୋକାନ, ଗୋଟିଏ ବ୍ୟାଙ୍କ ଓ ପେଟ୍ରୋଲ୍ ପମ୍ପକୁ ସିଲ୍ କରାଯାଇଛି । ଭୁବନ ଏନଏସିକୁ ଦୁଇଦିନ ପାଇଁ ଶଟ୍ଡାଉନ୍ କରାଯାଇଥିବାବେଳେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ । ଫଳରେ ଭୁବନ ଏନଏସିରେ ଲଗାତାର 4 ଦିନ ପାଇଁ ଭୁବନ ଏନଏସିରେ ଶଟ୍ଡାଉନ୍ କଟକଣା ଜାରି ରହିବ ।
ଢେଙ୍କାନାଳ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 150ରେ ପହଞ୍ଚିଥିବାବେଳେ 59 ସୁସ୍ଥ ହୋଇଛନ୍ତି । 91 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
Tags: ଭୁବନ, ସଟ୍ଡାଉନ୍