Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କର: ସୁପ୍ରିମ କୋର୍ଟ
ଆଜିର ଖବର

ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କର: ସୁପ୍ରିମ କୋର୍ଟ

July 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟର ରାୟ ଆସିବା ପରେ ଆସନ୍ତା ସୋମବାର ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି ବିଧାୟକମାନେ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନଙ୍କ ଅସନ୍ତୋଷର କଣ୍ଠରୋଧ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ରାଜସ୍ଥାନ ବାଚସ୍ପତିଙ୍କ ଏସଏଲପି ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି । ଏହାସହ ହାଇକୋର୍ଟର ରାୟ ଆସିବାକୁ ମାତ୍ର ଗୋଟିଏ ଦିନ ହିଁ ରହିଛି ଆପଣ କାହିଁକି ଅପେକ୍ଷା କରୁନାହାଁନ୍ତି ବୋଲି ମଧ୍ୟ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କପିଲ ସିବଲଙ୍କୁ ପ୍ରଶ୍ନ କରିଛନ୍ତି । ସୂଚନାଥାଉକି, ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଉପରେ 24 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଥାନ ହାଇକୋର୍ଟ ।

ତେବେ ବାଚସ୍ପତିଙ୍କ କ୍ଷମତାରେ ଅଦାଲତ ହସ୍ତକ୍ଷେପ କରିବା ବିରୋଧରେ ବାଚସ୍ପତି ସିପି ଜୋଶୀ ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର, ବିଚାରପତି ବି ଆର ଗବୈଇ ଓ ବିଚାରପତି କୃଷ୍ଣ ମୁରାରୀଙ୍କ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ବାଚସ୍ପତିଙ୍କ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ବିରୋଧରେ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛନ୍ତି ।

କଂଗ୍ରେସ ଦଳର ହ୍ବିପ ସତ୍ତ୍ବେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ । ଯେଉଁଥିଲାଗି ମୁଖ୍ୟ ସଚେତକଙ୍କ ଆବେଦନ ଉପରେ ବାଚସ୍ପତି ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଯାହାକୁ ବିରୋଧ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026
Latest News

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.