ବିହାରରେ ଚାଲିଛି ମିଛ ବାହାଘରର ଟ୍ରେଣ୍ଡ୍‌ : ବାହାର ରାଜ୍ୟରୁ ଆସି ଟଙ୍କା ଦେଇ ବାହା ହୋଇ ଯୁବତୀକୁ ଅନ୍ୟତ୍ର ବିକ୍ରି କରୁଛନ୍ତି ଲୋକେ

Published: Jul 25, 2020, 11:32 am IST

ବିହାର : ବିହାରରେ ଲକ୍‌ଡାଉନ୍‌ ଓ ବନ୍ୟା ଯୋଗୁଁ ସ୍ଥିତି ଅସମ୍ଭାଳ ଥିବାବେଳେ ଏହି ଜିଲ୍ଲାରୁ ମିଛ ବାହାଘର ପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ସୁପୌଲ୍‌ ଜିଲ୍ଲାରେ ଥିବା ହୁଲାସ୍‌ ଗ୍ରାମରେ ଜଣେ ଯୁବକ ମିଛ ବାହାଘର କରିଥିବାର ଘଟଣା ଲୋକଲୋଚନକୁ ଆସିଛି । ଯୁବକଟି ପୂର୍ବରୁ ଅନ୍ୟ ଏକ ଯୁବତୀ ସହ ପ୍ରେମ ବିବାହ କରିଛି । ଲକ୍‌ଡାଉନ୍‌ ଯୋଗୁଁ ଯୁବକ ଜଣକ ନିଜ ଗ୍ରାମକୁ ଆସିଥିଲା । ଏଠାରେ ତା’ର ବାହାଘର ଠିକ୍‌ ହୋଇଥିଲା ।  ନାବାଳିକା ସହ ତାଙ୍କର ବାହାଘର ଠିକ୍‌ ହୋଇଥିଲା। ବାହାଘର ଠିକ୍‌ ହେବା ପରେ ବି ଯୁବକ ଜଣକ ପୂର୍ବରୁ ବିବାହ କରିଥିବାର କଥା କହିନଥିଲେ । ତେବେ ନାବାଳିକା ବିବାହକୁ ଦେଖି ଗ୍ରାମ ବିକାଶ ପରିଷଦ ନାମ୍ନୀ ଏକ ସାମାଜିକ ସଂସ୍ଥା ଖବର ମିଳିବା ପରେ ସେ ଏହି ବାହାଘରକୁ ବନ୍ଦ କରିଥିଲେ ।

ତେବେ ବିହାରରେ ଏବେ ମିଛ ବାହାଘରର ଟ୍ରେଣ୍ଡ୍‌ ଚାଲିଛି । ପଞ୍ଜାବ, ହରିୟାଣା,  ୟୁପିର ଲୋକେ ବିହାର ଆସି ପଇସା ଦେଇ ଯୁବତୀଙ୍କ ସହ ବିବାହ କରି ସାଙ୍ଗରେ ନେଇଥା’ନ୍ତି । ସେମାନଙ୍କ ସହ କିଛି ଦିନ ରହିବା ପରେ ଯୁବତୀଙ୍କୁ ଅନ୍ୟ କାହାକୁ ବିକ୍ରି କରିଦେଇଥାନ୍ତି ।

ବିଗତ 12 ବର୍ଷ ଧରି ଏହି ମିଛ ବିବାହ ବିରୋଧରେ ଲଢେଇ କରୁଥିବା ସ୍ବେଚ୍ଛାସେବୀ ମଧୁବନୀ କହିଛନ୍ତି ଯେ, 2017ରୁ 2019 ମଧ୍ୟରେ ମାନବ ତସ୍କରୀର 13ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏହି ଘଟଣାରେ 32 ଜଣ ଗିରଫ ହୋଇଛନ୍ତି ।

ପ୍ରା୍ୟତଃ ୟୁପି-ପଞ୍ଜାବ-ହରିୟାଣାର କିଛି ଲୋକେ ବିହାର ଗ୍ରାମରୁ ଆସି ଦେଣନେଣର ହିସାବ କରି ଗରିବ ଝିଅକୁ ମନ୍ଦିରରେ ବିବାହ କରିଥା’ନ୍ତି । ତେବେ ଏହି ଝିଅଗୁଡିକ ବିବାହ ପରେ ହରିୟାଣାର ଦୁଇ ତିନୋଟି ପରିବାରର ବୋହୂ ହୋଇଥିବାର ସୂଚନା ରହିଛି । ଏହି ଝିଅମାନଙ୍କୁ ବିବାହ କରି ନେଇଥାନ୍ତି ସତ, କିନ୍ତୁ କିଛି ଦିନ ସାଙ୍ଗରେ ରଖିବା ପରେ ପୁନଶ୍ଚ ଆଉ କାହାକୁ ବିକ୍ରି କରିଦେଇଥାନ୍ତି । ଝିଅମାନଙ୍କ ଜୀବନକୁ ଗଣିକା ରୂପେ ବିବେଚନା କରି ତାଙ୍କ ଜୀବନକୁ ନଷ୍ଟ କରି ଦେଇଥାନ୍ତି ।

ବିହାରରର ଏହି ନେଟଓ୍ବାର୍କିଂର ବହୁଳ ପ୍ରସାର ହୋଇଛି । ଗରିବ ପରିବାରର ଝିଅମାନଙ୍କୁ ବାହା ହୋଇ ତାଙ୍କ ପରିବାରକୁ ଫୁସୁଲେଇ ଝିଅକୁ ଆଣି ବାହାରେ ବିକ୍ରି କରିଥା’ନ୍ତି । କିଛି ଗରିବ ଲୋକେ ଉପାୟ ନ ପାଇ ଝିଅକୁ ପଇସା ଲୋଭରେ ବାହା ଦେଇଥା’ନ୍ତି । କିନ୍ତୁ ବାହାଘର ପରେ ସେଇ ଝିଅମାନଙ୍କ ଜୀବନ ନଷ୍ଟ ହୋଇଥାଏ । (ଏଜେନ୍ସି)

Related posts