Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାରରେ ଚାଲିଛି ମିଛ ବାହାଘରର ଟ୍ରେଣ୍ଡ୍‌ : ବାହାର ରାଜ୍ୟରୁ ଆସି ଟଙ୍କା ଦେଇ ବାହା ହୋଇ ଯୁବତୀକୁ ଅନ୍ୟତ୍ର ବିକ୍ରି କରୁଛନ୍ତି ଲୋକେ
ଆଜିର ଖବର

ବିହାରରେ ଚାଲିଛି ମିଛ ବାହାଘରର ଟ୍ରେଣ୍ଡ୍‌ : ବାହାର ରାଜ୍ୟରୁ ଆସି ଟଙ୍କା ଦେଇ ବାହା ହୋଇ ଯୁବତୀକୁ ଅନ୍ୟତ୍ର ବିକ୍ରି କରୁଛନ୍ତି ଲୋକେ

July 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିହାର : ବିହାରରେ ଲକ୍‌ଡାଉନ୍‌ ଓ ବନ୍ୟା ଯୋଗୁଁ ସ୍ଥିତି ଅସମ୍ଭାଳ ଥିବାବେଳେ ଏହି ଜିଲ୍ଲାରୁ ମିଛ ବାହାଘର ପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ସୁପୌଲ୍‌ ଜିଲ୍ଲାରେ ଥିବା ହୁଲାସ୍‌ ଗ୍ରାମରେ ଜଣେ ଯୁବକ ମିଛ ବାହାଘର କରିଥିବାର ଘଟଣା ଲୋକଲୋଚନକୁ ଆସିଛି । ଯୁବକଟି ପୂର୍ବରୁ ଅନ୍ୟ ଏକ ଯୁବତୀ ସହ ପ୍ରେମ ବିବାହ କରିଛି । ଲକ୍‌ଡାଉନ୍‌ ଯୋଗୁଁ ଯୁବକ ଜଣକ ନିଜ ଗ୍ରାମକୁ ଆସିଥିଲା । ଏଠାରେ ତା’ର ବାହାଘର ଠିକ୍‌ ହୋଇଥିଲା ।  ନାବାଳିକା ସହ ତାଙ୍କର ବାହାଘର ଠିକ୍‌ ହୋଇଥିଲା। ବାହାଘର ଠିକ୍‌ ହେବା ପରେ ବି ଯୁବକ ଜଣକ ପୂର୍ବରୁ ବିବାହ କରିଥିବାର କଥା କହିନଥିଲେ । ତେବେ ନାବାଳିକା ବିବାହକୁ ଦେଖି ଗ୍ରାମ ବିକାଶ ପରିଷଦ ନାମ୍ନୀ ଏକ ସାମାଜିକ ସଂସ୍ଥା ଖବର ମିଳିବା ପରେ ସେ ଏହି ବାହାଘରକୁ ବନ୍ଦ କରିଥିଲେ ।

ତେବେ ବିହାରରେ ଏବେ ମିଛ ବାହାଘରର ଟ୍ରେଣ୍ଡ୍‌ ଚାଲିଛି । ପଞ୍ଜାବ, ହରିୟାଣା,  ୟୁପିର ଲୋକେ ବିହାର ଆସି ପଇସା ଦେଇ ଯୁବତୀଙ୍କ ସହ ବିବାହ କରି ସାଙ୍ଗରେ ନେଇଥା’ନ୍ତି । ସେମାନଙ୍କ ସହ କିଛି ଦିନ ରହିବା ପରେ ଯୁବତୀଙ୍କୁ ଅନ୍ୟ କାହାକୁ ବିକ୍ରି କରିଦେଇଥାନ୍ତି ।

ବିଗତ 12 ବର୍ଷ ଧରି ଏହି ମିଛ ବିବାହ ବିରୋଧରେ ଲଢେଇ କରୁଥିବା ସ୍ବେଚ୍ଛାସେବୀ ମଧୁବନୀ କହିଛନ୍ତି ଯେ, 2017ରୁ 2019 ମଧ୍ୟରେ ମାନବ ତସ୍କରୀର 13ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏହି ଘଟଣାରେ 32 ଜଣ ଗିରଫ ହୋଇଛନ୍ତି ।

ପ୍ରା୍ୟତଃ ୟୁପି-ପଞ୍ଜାବ-ହରିୟାଣାର କିଛି ଲୋକେ ବିହାର ଗ୍ରାମରୁ ଆସି ଦେଣନେଣର ହିସାବ କରି ଗରିବ ଝିଅକୁ ମନ୍ଦିରରେ ବିବାହ କରିଥା’ନ୍ତି । ତେବେ ଏହି ଝିଅଗୁଡିକ ବିବାହ ପରେ ହରିୟାଣାର ଦୁଇ ତିନୋଟି ପରିବାରର ବୋହୂ ହୋଇଥିବାର ସୂଚନା ରହିଛି । ଏହି ଝିଅମାନଙ୍କୁ ବିବାହ କରି ନେଇଥାନ୍ତି ସତ, କିନ୍ତୁ କିଛି ଦିନ ସାଙ୍ଗରେ ରଖିବା ପରେ ପୁନଶ୍ଚ ଆଉ କାହାକୁ ବିକ୍ରି କରିଦେଇଥାନ୍ତି । ଝିଅମାନଙ୍କ ଜୀବନକୁ ଗଣିକା ରୂପେ ବିବେଚନା କରି ତାଙ୍କ ଜୀବନକୁ ନଷ୍ଟ କରି ଦେଇଥାନ୍ତି ।

ବିହାରରର ଏହି ନେଟଓ୍ବାର୍କିଂର ବହୁଳ ପ୍ରସାର ହୋଇଛି । ଗରିବ ପରିବାରର ଝିଅମାନଙ୍କୁ ବାହା ହୋଇ ତାଙ୍କ ପରିବାରକୁ ଫୁସୁଲେଇ ଝିଅକୁ ଆଣି ବାହାରେ ବିକ୍ରି କରିଥା’ନ୍ତି । କିଛି ଗରିବ ଲୋକେ ଉପାୟ ନ ପାଇ ଝିଅକୁ ପଇସା ଲୋଭରେ ବାହା ଦେଇଥା’ନ୍ତି । କିନ୍ତୁ ବାହାଘର ପରେ ସେଇ ଝିଅମାନଙ୍କ ଜୀବନ ନଷ୍ଟ ହୋଇଥାଏ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ଅନ୍ତର୍ଗତ ପୂର୍ବ ତଟ ରେଳପଥ ପକ୍ଷରୁ ବ୍ୟାପକ ଶ୍ରମଦାନ

October 1, 2026

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026
Latest News

ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ଅନ୍ତର୍ଗତ ପୂର୍ବ ତଟ ରେଳପଥ ପକ୍ଷରୁ ବ୍ୟାପକ ଶ୍ରମଦାନ

October 1, 2026

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.