ସ୍ତ୍ରୀ ସହ ଝଗଡା କରି 13 ମାସର ଶିଶୁକୁ ତଳେ କଚାଡି ମାରିଲା ସ୍ବାମୀ

Published: Jul 25, 2020, 9:11 pm IST

ନୋଏଡା : ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସ୍ବାମୀ – ସ୍ତ୍ରୀଙ୍କ ଝଗଡାର ପରିଣାମ ମାତ୍ର 13 ମାସର ଶିଶୁକୁ ଭୋଗିବାକୁ ପଡିଛି । ସ୍ବାମୀ-ସ୍ତ୍ରୀଙ୍କ ଝଗଡା ଯୋଗୁଁ 13 ମାସ ଶିଶୁର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କ ନାମରେ କେସ୍‌ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ନୋଏଡାର ଏକ ସ୍ବାମୀ-ସ୍ତ୍ରୀ ନିଜ ଭିତରେ ଝଗଡା କରୁଥିଲେ। ଏହା ମଧ୍ୟରେ ସ୍ବାମୀ ଜଣକ ରାଗରେ 13 ମାସର ଶିଶୁକୁ ତଳେ କଚାଡି ଦେଇଥିଲେ। ଶିଶୁଟି ଗୁରୁତରହୋଇପଡିଥିଲେ। ଏହାପରେ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଜିଲ୍ଲା ହସ୍ପିଟାଲ ଶିଶୁଟିର ଗମ୍ଭୀର ଅବସ୍ଥାକୁ ଦେଖି ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ । କିନ୍ତୁ ସେଠାରେ ଶିଶୁଟିର ଚିକିତ୍ସା ହୋଇପାରିନଥିଲା । ରାସ୍ତାରେ ଶିଶୁଟିର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ଘଟଣା ପରେ ଶିଶୁଟିର ମା’ ତାଙ୍କ ସ୍ବାମୀ ନାମରେ ମାମଲା ଦାଏର କରିଛନ୍ତି । ଏହାପରେ ପୋଲିସ୍‌ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଥିବାର ଜଣାପଡିଛି । (ଏଜେନ୍ସି)

Related posts