ଅନାଥାଶ୍ରମରେ ନାବାଳିକାର ମୃତ୍ୟୁ ନେଇ ପରିବାର ଲୋକେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ  

Published: Jul 26, 2020, 9:29 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି  : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ପଣ୍ଡକୂଳ ଗ୍ରାମରେ ଥିବା ଡଃ ଆମ୍ବେଦକର ଅନାଥାଶ୍ରମରେ ଜଣେ ନାବାଳିକା (୧୩) ର ଆତ୍ମହତ୍ୟା କୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଗତ ଜୁନ ୨୫ ତାରିଖ ଦିନ ପଣ୍ଡକଲୂଳ ସ୍ଥିତ ଅନାଥାଶ୍ରମରେ ୧୩ ବର୍ଷୀୟ ନାବାଳିକା ନିଜ ଓଢଣୀରେ ଆତ୍ମହତ୍ୟା କରିଥିବା ଅନାଥାଶ୍ରମ ପରିଚାଲକ ପ୍ରକାଶ କରିବା ସହିତ ଅତ୍ୟନ୍ତ ତରବରିଆ ଭାବେ ପରିବାର ଲୋକେ ଆସିବା ପୂର୍ବରୁ ଶବକୁ ଓହ୍ଲାଇଦେବା ଏବଂ ଶବ ବ୍ୟବଚ୍ଛେଦ କରି ଦେଇଥିବା ଆଦି ଘଟଣାରେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ନାବାଳିକାର ଭଉଣୀ ଏବଂ ମାମୁଁ କୈଳାସ ନିଆଲ ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଉଚିତ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି । ଅନାଥାଶ୍ରମରେ ଥିବା ସିସଟିଭି କ୍ୟାମେରା ଉକ୍ତ ଦିନ ହିଁ ବନ୍ଦ ହୋଇଯାଇଥିବା ଘଟଣା  ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରୁଥିବା ଜଣାପଡିଛି । ନାବାଳିକାର ମାମୁଁ  ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଗରିବ ନୀରିହ ମାନଙ୍କ ଜୀବନ ସହ ଖେଳୁଥିବା ପ୍ରଭାବଶାଳୀ ବ୍ୟକ୍ତିମାନେ ଆନନ୍ଦରେ ବୁଲୁଥିବା ଅଭିଯୋଗ ହେଉଛି । ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।

Related posts