ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 163 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ପଜିଟିଭଙ୍କ ମଧ୍ୟରୁ 104 ଜଣ କ୍ବାରେଣ୍ଟାଇନ୍ କେସ୍ ହୋଇଥିବାବେଳେ 59ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଖାରବେଳ ନଗର ଅଞ୍ଚଳରୁ 8 ଜଣ ଆକାନ୍ତ ଚିହ୍ନଟ ହୋଇଥିବାବେଳେ ୟୁନିଟ୍ -4 ମାଛ ମାର୍କେଟରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁନିଟ୍ 1 ଆଖଣ୍ଡମଳମଣି ବସ୍ତିରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପାଣ୍ଡାରରୁ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହଟସ୍ପଟ୍ ଜିଲ୍ଲା ଲିଙ୍କ୍ରେ ଭରତପୁରରୁ 7ଜଣ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଆଜି 46 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 1991ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 909 ଜଣ । ସେହିପରି 11 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସୁୁଦ୍ଧା 1069ଟି ସକ୍ରିୟ ମାମଲା ରହିଛି ।