ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ରୋଗ କାରଣରୁ ମେଡ଼ିସିନ୍ ଜେନେରାଲ୍ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ ସମ୍ପୃକ୍ତ ରୋଗୀ ଜଣକ । ପୂର୍ବରୁ ରୋଗୀଙ୍କର ସ୍ବାବ୍ ଟେଷ୍ଟ ହୋଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିଛି । ଜିଲ୍ଲା ଚିକିତ୍ସାଳୟରୁ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ଲାଗି ଏହା ମୁଣ୍ଡବ୍ୟାଥାର କାରଣ ପାଲଟିଛି ।
ସୂଚନାଯୋଗ୍ୟ, ନିକଟରେ ହସ୍ପିଟାଲରୁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏହା ଫଳରେ କରୋନା ଯୋଦ୍ଧାମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ପୂର୍ବରୁ ପ୍ରାୟ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡିକରୁ କରୋନା ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକର ଓପିଡି ବନ୍ଦ ରଖି ସାନିଟାଇଜେସନ୍ କରାଯାଇଥିଲା। କଟକ ବଡ ମେଡ଼ିକାଲ, ବୁର୍ଲା ମେଡ଼ିକାଲ କଲେଜ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ତଥା ଅନ୍ୟାନ୍ୟ ଘରୋଇ ମେଡ଼ିକାଲ କଲେଜରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ୟାପକ ପଦକ୍ଷେପମାନ ନିଆଯାଇଛି ।