କୋରାପୁଟ : ଆସନ୍ତା ଜୁଲାଇ 31 ଯାଏ କୋରାପୁଟ ଲକ୍ଡାଉନ୍ । କୋରାପୁଟ ଜିଲ୍ଲାର ତିନି ପୌରାଞ୍ଚଳ, ଗୋଟିଏ ଏନଏସି, ତିନୋଟି ପଞ୍ଚାୟତରେ ଲକ୍ଡାଉନ୍କୁ ବୃଦ୍ଧି କରାଯାଇଛି । କୋରାପୁଟ, ଜୟପୁର, ସୁନାବେଢା ପୌରାଞ୍ଚଳ, କୋଟପାଡ ଏନଏଏସି , ଲକ୍ଷ୍ମୀପୁର, ମାଥାଲପୁଟ ଓ ଚାରଙ୍ଗୁଲ ଆଦି ଅଞ୍ଚଳରେ ଲକ୍ଡାଉନ୍କୁ କରାଯାଇଛି । କରୋନା ସଂକ୍ରମଣକୁ ଦେଖି ଆସନ୍ତା 31 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରାଯାଇଥିବାର ସୂଚନା ରହିଛି ।
ସୂଚନାଯୋଗ୍ୟ କୋରାପୁଟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 485 ଥିବାବେଳେ ସୁସ୍ଥ ହୋଇଛନ୍ତି 167 । ଏବେ ସୁଦ୍ଧା 318ଟି ସକ୍ରିୟ ମାମଲା ରହିଛି ।
Tags: