ଗଜପତିରେ ସପ୍ତାହକୁ ଚାରିଦିନ ସଟ୍‌ଡାଉନ୍‌, ତିନି ଲକ୍‌ଡାଉନ୍‌

Published: Jul 28, 2020, 11:46 am IST

ଗଜପତି : ଗଜପତି ଜିଲ୍ଲାରେ ସପ୍ତାହକୁ 4 ଦିନ ସଟ୍‌ଡାଉନ୍‌, ତିନି ଲକ୍‌ଡାଉନ୍‌ ଜାରି କରାଯାଇଛି । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଯଥାପୂର୍ବ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ଚାରି ଦିନ ପାଇଁ ସଟ୍‌ଡାଉନ୍‌ ରହିବ । ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର ଏନଏସି ମଧ୍ୟ ସଟ୍‌ଡାଉନ୍‌ ରହିବ । ଜିଲ୍ଲାର 3ଟି ବ୍ଲକର 4ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ । ଏନେଇ ସମସ୍ତ ବ୍ଳକ, ପୌରାଞ୍ଚଳ, ଏନଏସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ 4 ଦିନିଆ ସଟ୍‌ହାଉନ୍‌ ବଳବତ୍ତର ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ କ୍ରମାଗତ ବୃଦ୍ଧି ଯୋଗୁଁ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

Related posts