ପୁରୀ : ଲକ୍ଡାଉନ୍ ଯୋଗୁଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରାଯାଇଛି । ଏହି ସମୟରେ ଅନଲାଇନ୍ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ସରକାରୀ ହେଉ କି ବେସରକାରୀ ବିଦ୍ୟାଳୟ ଏବେ ସମେସ୍ତ ଅନଲାଇନ୍ରେ ପିଲାମାନଙ୍କୁ ପାଠ ପଢାଉଛନ୍ତି । ଜୁମ୍ ଆପ୍ ଓ ଅନ୍ୟାନ୍ୟ ଆପ୍ ଦ୍ବାରା ପିଲାମାନଙ୍କୁ ଅନଲାଇନ୍ କୋଚିଂ ଦିଆଯାଉଥିବାବେଳେ ହ୍ବାଟସ୍ଆପ୍ ଗ୍ରୁପ୍ ଜରିଆରେ ପିଲାମାନଙ୍କୁ ପରୀକ୍ଷା କରାଯାଇ ପଢାଯାଉଛି ।
ଏହି ଅନଲାଇନ୍ ପାଠ ପଢିବାବେଳେ ମୋବାଇଲ୍ ଫାଟିଛି । ମୋବାଇଲ୍ ଫାଟିବାରୁ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି ।
ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚ ଆଦର୍ଶ ନଗରରେ ଏହି ଘଟଣା ଘଟିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅଟି ଅନ୍ଲାଇନ୍ରେ ପାଠ ପଢୁଥିବାବେଳେ ହଠାତ୍ ମୋବାଇଲ୍ ଫୋନ୍ଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ପରେ ଫୋନ୍ଟ ଖଣ୍ଡବିଖଣ୍ଡ ହୋଇଯାଇଥିଲା । ବ୍ଲାଷ୍ଟ ପରେ ମୋବାଇଲ୍ ପଛ ଭାଗରେ ଥିବା ଅଂଶଟି ଜଳୁଥିଲା । ଛାତ୍ରୀଟିର ହାତରେ ଆଘାତ ଲାଗିଥିଲେ ମଧ୍ୟ ସେ ଏକ ବଡ ଦୁର୍ଘଟଣାର ବର୍ତ୍ତିଯାଇଛନ୍ତି ।