ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିରିଡ଼ି ବ୍ଲକରୁ ୨୦ଜଣ, ରଘୁନାଥପୁର ବ୍ଲକରୁ ୧୩ଜଣ, ପାରାଦ୍ଵୀପରୁ ୪ଜଣ, କୁଜଙ୍ଗ ବ୍ଲକରୁ ୩ଜଣ, ତିର୍ତ୍ତୋଲ ବ୍ଳକରୁ ୨ଜଣ, ଏରସମା ଓ ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ବାହାରିଥିବା ବେଳେ ଜଗତସିଂହପୁର ବ୍ଲକରୁ ୨ଜଣ ଓ ଜଗତସିଂହପୁର ସବଜେଲ୍ ରୁ ଜଣେ ଚିହ୍ନଟ ହୋଇଛନ୍ତି।
ଆଜି ବିରିଡ଼ି ବ୍ଲକରୁ ସର୍ବାଧିକ ୨୦ଜଣ ଚିହ୍ନଟଙ୍କ ମଧ୍ୟରୁ ୧୭ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୩ଜଣ କ୍ଲଷ୍ଟର ଲେବଲ୍ ଟି.ଏମ୍.ସି ରୁ ବାହାରିଛନ୍ତି। ସେହିପରି ରଘୁନାଥପୁର ବ୍ଲକରୁ ବାହାରିଥିବା ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ କ୍ଲଷ୍ଟର ଲେବଲ୍ ଟିଏମସିରେ ଥିଲେ।
ନୂତନ ୪୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏବେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮୧କୁ ବୃଦ୍ଧି ହୋଇଛି । ସେହିପରି ୪୭୩ ଜଣ ସୁସ୍ଥ ହୋଇଥିବାବେଳ ଜିଲ୍ଲାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏବେସୁଦ୍ଧା ଜିଲ୍ଲାରେ ୨୦୬ ଜଣ ସକ୍ରିୟ ରହିଛନ୍ତି ।