ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 137 ପଜିଟିଭଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ୍ ଥିବାବେଳେ 39 ଜଣ ଲୋକାଲ୍ କଣ୍ଟାକ୍ଟ କେସ ବୋଲି ସୂଚନା ଦେଇଛି ବିଏମସି ।
କ୍ବାରେଣ୍ଟାଇନ୍ରେ ଥିବା 98ଜଣଙ୍କ ମଧ୍ୟରେ ୟୁନିଟ୍ -1 ବସ୍ତି ଅଞ୍ଚଳରୁ 11ଜଣ ଚିହ୍ନଟ ହୋଇଥିବାେବଳେ ସତ୍ୟ ନଗରରରୁ 7ଜଣ ରହିଛନ୍ତି । ସେହିପରି ଏକ ଘରୋଇ ହସ୍ପିଟାଲରୁ 6ଜଣ କର୍ମଚାରୀ ରହିଛନ୍ତି । କଳ୍ପନା ଛକରୁ 5 ଜଣ ରହିଥିବାବେଳେ ଜୟଦୁର୍ଗା ନଗରରୁ 5ଟି କେସ୍ ରହିଛି । ଶହୀଦ ନଗରରୁ 4 ଜଣ, ବାୟାବାବା ବସ୍ତିରୁ ଦୁଇଜଣ, ୟୁନିଟ୍ -9, ଭୋଇନଗରରୁ 2 ଜଣ ରହିଛନ୍ତି ।
ସେହିପରି ଆଜି ଚିହ୍ନଟ 39 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ଲକ୍ଷ୍ମୀବିହାରରୁ 2 ଜଣ, ବଡଗଡରୁ 2ଜଣ, ଆଇଆରସି ଭିଲେଜରୁ 2 ଜଣ, ଶାସ୍ତ୍ରୀନଗରରୁ 4 ଜଣ, ଭୋଇନଗରରୁ ଜଣେ, ଲକ୍ଷ୍ମୀସାଗରୁର ଜଣେ, ଶାସ୍ତ୍ରୀନଗରରୁ ଜଣେ, ଓଲ୍ଡ ଟାଉନ୍ରୁ ଜଣେ, ରସୁଲଗଡରୁ ଜଣେ, କଳିଙ୍ଗନଗରରୁ 3 ଜଣ, ବିଶେଶ୍ବର ବିସ୍ତରୁ ଜଣେ, ସାଲିଆ ସାହି ବସ୍ତିରୁ ଜଣେ, ଭିଏସଏସ୍ ନଗରରୁ ଜଣେ, ଚିନ୍ତାମଣିଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି । ରିଜର୍ଭ ପୋଲିସ୍ କଲୋନୀରୁ ଜଣେ, ବରମୁଣ୍ଡାରୁ ଜଣେ, ନୟାପଲ୍ଲୀରୁ ଜଣେ ଲେଖାଏଁ ରହିଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ସୁସ୍ଥ ହୋଇଥିବାର ବିଏମ୍ସି ସୂଚନା ଦେଇଛି । ଆଜି ନୂତନ 137 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ସଂକ୍ରମିତଙ୍କ ସଂଖ୍ୟା 2ହଜାର 502କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥ ହୋଇଛନ୍ତି 1ହଜାର 216 ଜଣ । 13 ଜଣ ମୃତ୍ୟୁବରଣ କରିଥିବାେବଳେ 1ହଜାର 271 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।