ଭୁବନେଶ୍ବର : ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅଭୟ । ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଜିଆରପି ତଦନ୍ତ କରୁଥିବା ବେଳେ ଗତକାଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି ) କାର୍ଯ୍ୟନୁଷ୍ଠାନ ରିପୋର୍ଟ ମାଗିଥିଲେ । ତେବେ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ଅନେକ ସସ୍ପେନ୍ସ ଲାଗି ରହିଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ତେବେ ସୁଇସାଇଡ୍ ନୋଟ୍ଟି ଆଦିତ୍ୟ ନିଜେ ଲେଖିଥିଲେ ବୋଲି ଫରେନ୍ସିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। କିନ୍ତୁ ତାଙ୍କ ପତ୍ନୀ ଓ ପ୍ରଶଂସକମାନେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି ବୋଲି ଦାବି କରୁଛନ୍ତି । ତେବେ ଏହି ଘଟଣାରେ କ୍ରାଇମ୍ବ୍ରାଞ୍ଚ କରିବାକୁ ପ୍ରଶଂସକମାନେ ଦାବି କରୁଥିବାବେଳେ ପୋଲିସ୍ ଡିଜି ଅଭୟ ଏନେଇ ସୂଚନା ଦେଇଛନ୍ତି ।