Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏଚଡି ଯନ୍ତ୍ରୀଙ୍କ ଅବହେଳା: କରୋନା ମହାମାରୀ ସମୟରେ ବାଣପୁର ଏନ୍‌ଏସିରେ ଉତ୍କଟ ପାନୀୟ ଜଳ ସମସ୍ୟା
ଆଜିର ଖବର

ପିଏଚଡି ଯନ୍ତ୍ରୀଙ୍କ ଅବହେଳା: କରୋନା ମହାମାରୀ ସମୟରେ ବାଣପୁର ଏନ୍‌ଏସିରେ ଉତ୍କଟ ପାନୀୟ ଜଳ ସମସ୍ୟା

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଓଡ଼ିଶାରେ କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଅନେକ ବଳିଷ୍ଠ ପଦକ୍ଷେପ ମାନ ନେଉଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ଜଣେ ବ୍ୟକ୍ତି ସଫାସୁୁତୁରା ରହି ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମାସ୍କ ବ୍ୟବହାର ଓ ହାତକୁ ପରିଷ୍କାର ଭାବରେ ଧୋଇଲେ ଏହି କରୋନା ସଂକ୍ରମଣରୁ ବର୍ତ୍ତି ପାରିବ। କିନ୍ତୁ ଯଦି ଜଣେ ବ୍ୟକ୍ତି ଅପରିଷ୍କାର ପାଣିରେ ହାତକୁ ଧୋଇବା ବା ବ୍ୟବହାର କରିବା ସେ ବା କିପରି ଏହି ମହାମାରୀ କରୋନା ସହ ଲଢିପାରିବ। ସ୍ବଚ୍ଛ, ପରିଷ୍କାର ରହିବା ଏସମୟରେ ନିତାନ୍ତ ଆବଶ୍ୟକତା ହୋଇଥିବାବେଳେ ବାଣପୁର ଏନ୍‌ଏସିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି।  ସହରର ଶହ ଶହ ନାଗରିକ ମାନେ ଦୂଷିତ ଜଳ ବ୍ୟବହାର କରୁଛନ୍ତି ଯାହାଦ୍ୱାରା ପରୋକ୍ଷରେ କରୋନା ବିପଦ କମିବା ବଦଳରେ ବଢିବ।

ଦୀର୍ଘ ଏକମାସ ହେଲା ସହରର ଜଗନ୍ନାଥପୁର ଏବଂ ବିଷାରପାଟଣା ସାହିରେ ଘରେ ଘରେ ଦିଆଯାଇଥିବା ସରକାରୀ ପାଇପରୁ  ପିଇବା ପାଇଁ ମଇଳା ଜଳ ବାହାରୁଛି ଯାହାଦ୍ୱାରା ବହୁ ବ୍ୟକ୍ତିମାନେ ବିଭିନ୍ନ ରୋଗରେ ପଡୁଛନ୍ତି। ପାଣିରୁ ବିଭିନ୍ନ ଧାତୁ ଜାତୀୟ ପଦାର୍ଥ ସହ ମାଟି ବାହାରୁଛି। ପ୍ରତିଦିନ ଏପରି ପାଣି ବ୍ୟବହାର କରି କରି ସହରବାସୀ ଅତିଷ୍ଠ ହୋଇପଡିଛନ୍ତି। ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାନ୍ତି ବାଲୁଗାଁ ସବ ଡ଼ିଭିଜନ ପିଏଚ୍‌ର ସହକାରୀ ଯନ୍ତ୍ରୀ ଘଟଣାକୁ ଅତି ହାଲୁକା ଭାବେ ନେଉଛନ୍ତି ସମ୍ପୃକ୍ତ ଅଧିକାରୀ।

କରୋନା ମହାମାରୀ ସହ ଲଢ଼ିବା ପାଇଁ ବର୍ତ୍ତମାନ ସରକାରଙ୍କ ସବୁ ବିଭାଗର କର୍ମଚାରୀ ତତ୍ପର ଥିବାସ୍ଥଳେ ପିଇବା ପାଣି ପରି ଗୁରୁତ୍ୱପୂର୍ଣ୍ଣ ଜିନିଷ ଯେଉଁ ବିଭାଗ ଅଧୀନରେ ଆସୁଛି ସେଇ ବିଭାଗର ଅଧିକାରୀଙ୍କର ଏପରି  ଦାୟିତ୍ୱହୀନତା ଏବଂ ଉଦାସୀନତା ମନୋବୃତ୍ତି ଆଗକୁ ସମଗ୍ର ବାଣପୁର ସହରବାସୀଙ୍କୁ ବିପଦରେ ଯେ ଠେଲି ନ ଦେବ ତାହା କିଏ କହିପାରେ। ଅନୁରୂପ ଭାବେ ସହରର ଜାଗା ଜାଗାରେ ଶାଳିଆ ଡ୍ୟାମରୁ  ଜଳଯୋଗାଣ ପାଇଁ ବିଛାଯାଇଥିବା ପାଇପ ଗୁଡିକୁ ଆବଦ୍ଧ କରାଯାଇନାହିଁ ଏବଂ ବଡ଼ ବଡ଼ ଗାତ୍ର ଖୋଳା ହୋଇ ସେମିତି ପଡିଛି ଯାହାଦ୍ୱାରା ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଛି ଏପରି ଟିକେ ବର୍ଷା ହେଲେ ସେଇ ଗାତ୍ରଗୁଡିକ ପାଣିରେ ଭର୍ତ୍ତି ହେଇଯାଉଛି ଯାହାଦ୍ୱାରା ମଟରସାଇକେଲ, ସାଇକେଲ ଆରୋହୀ, ଗାଇ ଗୋରୁ ଏବଂ ପଥଚାରୀମାନେ ସେଥିରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି।

ଏହି ବିଷୟରେ ବି ବାରମ୍ବାର ସମ୍ପୃକ୍ତ ପିଏଚ୍‌ର ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ସେ ତିଳେ ହେଲେ କର୍ଣ୍ଣପାତ କରୁନାହାନ୍ତି। ଅପରପକ୍ଷରେ ବାଣପୁର ଏନ.ଏ.ସିରେ ବିଛା ଯାଇଥିବା କେତେକ ପାଣି ପାଇପ ଫାଟି ପ୍ରତିଦିନ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ ହୋଇ ରୋଡ଼ରେ ବୋହୁଛି। ଏନେଇ ବହୁବାର ଅଭିଯୋଗ ହୋଇଥିଲେ ସୁଦ୍ଧା ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ପଣ୍ଡିତ ପୁଅ ମାଙ୍କଡ ମାଇଲେ ଦୋଷ ନାହିଁ ପରି ସରକାରୀ କର୍ମଚାରୀଙ୍କ ଭୁଲ୍ ପ୍ରଶାସନ ଆଖିକୁ ଦେଖାଯାଉନଥିବା ଭଳି ଲାଗୁଛି। ଜଳ ପରି ଏକ ଅମୂଲ୍ୟ ସମ୍ପଦର ଅପବ୍ୟୟ ହେଉଥିବାବେଳେ ସମ୍ପୃକ୍ତ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ବିଡମ୍ବନାର ବିଷୟ। ଜଗନ୍ନାଥପୁର ଏବଂ ବିଷାରପାଟଣାର ମହିଳା ସଂଘ ମାନେ ଯଥାଶୀଘ୍ର ଉକ୍ତ ସମସ୍ୟାଗୁଡିକର ସମାଧାନ ପାଇଁ ଅଧିକାରୀଙ୍କ ନିକଟରେ ଦାବି ରଖିଛନ୍ତି ନହେଲେ ଆଗାମୀ ଦିନରେ ସମ୍ପୃକ୍ତ ଅଧିକାରୀଙ୍କ ବାଲୁଗାଁ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Latest News

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.