ନୂଆଦିଲ୍ଲୀ : ଦେଶରେ ଗତ 24 ଘଣ୍ଟାରେ 52 ହଜାରୁର ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 775ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 34 ହଜାର 968କୁ ବୃଦ୍ଧି ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 15 ଲକ୍ଷ 83 ହଜାର 792କୁ ବୃଦ୍ଧି ହୋଇଛି। ସେହିପରି ଏବେ ସୁଦ୍ଧା ଦେଶରେ 5 ଲକ୍ଷ 28 ହଜାରର 242 ଆକ୍ଟିଭ୍ କେସ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 10 ଲକ୍ଷ 20 ହଜାର 582 । ଦେଶରେ ସୁସ୍ଥ ହାର ଏବେ 64.43 ପ୍ରତିଶତ ରହିଛି ।
ଦେଶରେ 86 ପ୍ରତିଶତ ମୃତ୍ୟୁ କେବଳ ଆଠଟି ରାଜ୍ୟରୁ ହୋଇଛି । ଏହି ରାଜ୍ୟଗୁଡିକ ମଧ୍ୟରେ ରହିଛି ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆନ୍ଧ୍ରପ୍ରଦେଶ । ଏହି 8ଟି ରାଜ୍ୟରୁ ମୋଟ୍ 30 ହଜାର 226ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 14 ହଜାର 165ଜଣଙ୍କ ଜୀବନ ଯାଇଛି ।