ଅଗଷ୍ଟ 1ରୁ ଓଡ଼ିଶାର ଏହି ଜିଲ୍ଲା ସଟ୍‌ଡାଉନ

Published: Jul 30, 2020, 11:20 pm IST

ବରଗଡ : ଅଗଷ୍ଟ 1 ତାରିଖରୁ  ଅଗଷ୍ଟ ତିନି ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ସଟ୍‌ଡାଉନ ରହିବ । ଏନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ । କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି ।

ସୂଚନାଯୋଗ୍ୟ, ଆଜି ବରଗଡ ଜିଲ୍ଲାରୁ 12 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 402କୁ ବୃଦ୍ଧି ହୋଇଛି । ସେହିପରି ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 334 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 67ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts