କଟକ : ଆଜି କଟକ ସହରରୁ 22 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 22 ଜଣ ସଂକ୍ରମିତଙ୍କ ମଧ୍ୟରୁ 15 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 7ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ବୋଲି ସିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି।
କ୍ୱାରେଣ୍ଟାଇନରେ ଥିବା 15 ଜଣ ସଂକ୍ରମିତଙ୍କ ମଧ୍ୟରୁ 9ଜଣ ସରକାରୀ କ୍ବାରେଣ୍ଟାଇନ୍ରେ ଥିବାବେଳେ 2 ଜଣ ପେଡ୍ କ୍ବାରେଣ୍ଟାଇନ୍ ଓ ଅନ୍ୟ 4 ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ସୂଚନା ରହିଛି ।
ସେହିପରି ସ୍ଥାନୀୟ 7 ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣେ 46 ବର୍ଷୀ ସିଏମ୍ସି କର୍ମଚାରୀ ରହିଥିବାବେଳେ ବାଦାମବାଡି ରକ୍ସି ଲେନରୁ 25 ବର୍ଷୀୟ ଯୁବକ ରହିଛନ୍ତି । ଚାଉଳିଆଗଞ୍ଜ ପୋଲିସ ଷ୍ଚେସନ ନିକଟରୁ ଜଣେ 34 ବର୍ଷୀୟ ଯୁବକ, ନାୟକ ସାହିରୁ ଜଣେ 53ବର୍ଷୀୟ ବ୍ୟକ୍ତି, ମହାନଦୀ ବିହାରରୁ 40 ବର୍ଷୀୟା ମହିଳା, ଏସସିବିର ଜଣେ 31 ବର୍ଷୀୟ କରୋନା ଯୋଦ୍ଧା ଏବଂ କ୍ୟାଣ୍ଟନମେଣ୍ଟ୍ ରୋଡରୁ ଜଣେ 50 ବର୍ଷୀୟ ବ୍ୟକ୍ତି ରହିଛନ୍ତି ।
ନୂତନ 22 ପଜିଟିଭ୍ଙ୍କ ମିଶାଇ କଟକ ସହରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 906ରେ ପହଞ୍ଚିଛି । ସେହିପରି 439 ଜଣ ସୁସ୍ଥ ହୋଇଥିବାବେଳେ 10 ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଏବେ ସୁଦ୍ଧା କଟକ ସହରରେ 457 ଜଣ ସକ୍ରିୟ ମାମଲା ରହିଛି ବୋଲି ସୂଚନା ରହିଛି ।