Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସହ ଅନ୍ୟ ଦୁଇଟି ସ୍ୱତନ୍ତ୍ର ଟ୍ରେନର ସମୟ ବୃଦ୍ଧି  
ଆଜିର ଖବର

ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସହ ଅନ୍ୟ ଦୁଇଟି ସ୍ୱତନ୍ତ୍ର ଟ୍ରେନର ସମୟ ବୃଦ୍ଧି  

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ୦୨୮୬୧/୦୨୮୬୨ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୩ ତାରିଖ ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲା ଠାରୁ ପ୍ରତିଦିନ ଭୋର ୫ଘ.୧୦ମି.ରେ ଛାଡିବାକୁ ଥିବା ବେଳେ ଭୁବନେଶ୍ୱର ଠାରୁ ଏହା ଅପରାହ୍ନ ୨ଘ.୧୦ମି.ରେ ଛାଡିବ।

ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ଏହା ବ୍ୟତୀତ, ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ସେଗୁଡିକ ହେଲା

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪)

ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ଭୁବନେଶ୍ୱର ଠାରୁ ସକାଳ ୬ଘ.୩୦ମି.ରେ ଏବଂ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡିବ।

ରହଣି _ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇସିଂହା ଷ୍ଟେସନ ମାନଙ୍କଠାରେ ରହଣି କରିବ।

ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୮୪୪୭/୦୮୪୪୮)

ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବାକୁ ଥିବା ବେଳେ କୋରାପୁଟ ଠାରୁ ପ୍ରତି ମଙ୍ଗଳ, ଗୁରୁ ଓ ରବିବାର ଦିନ ସନ୍ଧ୍ୟା ୫ଘ.୩୦ମି.ରେ କୋରାପୁଟ ଠାରୁ ଛାଡିବ।

ରହଣି _ ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡ଼ମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମା, ବାଇଗୁଡ଼ା ଏବଂ ଦାମନଯୋଡି, ଷ୍ଟେସନ ମାନଙ୍କଠାରେ ରହଣି କରିବ।

* ରେଳବାଇ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ଟିକେଟ ବୁକ କରିହେବ।

* କେବଳ କନଫର୍ମ ଟିକେଟ ଥିବା ଯାତ୍ରୀ ମାନେ ଟ୍ରେନ ରେ ଯାତ୍ରା କରିପାରିବେ

* ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଏବଂ ଭୁବନେଶ୍ୱର-ହାଇଦ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ବିଜ୍ଞପ୍ତି ଅନୁଯାଇ ଚଳାଚଳ କରିବ।

East Coast Railway Spcial Train
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.