ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 128 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ରୁ 85 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ କଣ୍ଟାକ୍ଟ 43 ଜଣ ରହିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।
ଏକ କ୍ବାରେଣ୍ଟାଇନ୍ ସେଣ୍ଟରରୁ18 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଲିଆ ସାହିରୁ 6ଜଣ, ସତ୍ୟନଗରରୁ 6ଜଣ, ଭରତପୁରରୁ 6 ଜଣ ଚିହ୍ନଟ ରହିଥିବାବେଳେ 5 ପୋଲିସ୍ କର୍ମଚାରୀ ରହିଥିବାବେଳେ ଘରୋଇ ହସ୍ପିଟାଲର 4 ଜଣ କର୍ମଚାରୀ ରହିଛନ୍ତି । ଅଶୋକ ନଗରରୁ 3 ଜଣ ରହିଥିବାବେଳେ ନିଉ ଫରେଷ୍ଟ ପାର୍କରୁ 3 ଜଣ, ବରମୁଣ୍ଡାରୁ ତିନି ଜଣ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରୁ 4 କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ତିନିଜଣ ରହିଥିବାବେଳେ ଏକ ମିଡିଆ ହାଉସର ତିନିଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।
ସେହିପରି ଆଜି ଭୁବନେଶ୍ବରରୁ 94 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ 128 ଆକ୍ରାନ୍ତ ଚିହ୍ନଟ ପରେ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 2 ହଜାର 735ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1ହଜାର 433 ଜଣ । 15 ଜଣ ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1 ହଜାର 285ଜଣ ।