କଟକ : କଟକ ଶିଶୁଭବନରେ ଜଣେ କରୋନା ପଜିଟିଭ୍ ଶିଶୁର ମୃତ୍ୟୁ ହୋଇଛି । ତେବେ ଶିଶୁ ପୁତ୍ରର ମୃତ୍ୟୁ ହେବା ପରେ କ ଶିଶୁ ପୁତ୍ରର ବାପା ମା’ ଶିଶୁ ପୁତ୍ରକୁ ଧରି ହସ୍ପିଟାଲରୁ ଚମ୍ପଟ ମାରିଛନ୍ତି । ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଏତଲା ଦିଆଯାଇଛି ।
ଆଜି ସକାଳେ ଧଉଳି ଅଞ୍ଚଳରୁ ୬ ବର୍ଷର ପୁଅକୁ ଧରି ବାପା ଓ ମା ମେଡିକାଲ ଆସିଥିଲେ। ନିୟମାନୁସାରେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା। ଆଣ୍ଟିଜେନ ଟେଷ୍ଟରେ ଛୁଆ ଓ ମାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଆଇସୋଲେସନ ୱାର୍ଡରେ ଥିବା ଛୁଆଟିର ମୃତ୍ୟୁ ହୋଇସାରିଥିଲା। ମା’ ଛୁଆଙ୍କର ପଜିଟିଭ୍ ଆସିବାରୁ ଶିଶୁ ଭବନ ସିଏମ୍ସିକୁ ଜଣାଇଥିଲା । ସିଏମ୍ସି ଷ୍ଟାଫ୍ ଆସିବା ବେଳକୁ ମୃତ ଶିଶୁକୁ ଧରି ବାପା ମା’ ପଳାଇ ସାରିଥିଲେ ବୋଲି ସୂଚନା ରହିଛି । ଏହି ଘଟଣା ପରେ ଏହାକୁ ନେଇ ଏବେ ଉଭୟ କଟକ ଓ ଭୁବନେଶ୍ୱରରେ ଆତଙ୍କ ଖେଳି ଯାଇଛି।
Tags: