ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା 86କୁ ବୃଦ୍ଧି

Published: Aug 2, 2020, 10:11 am IST

ପଞ୍ଜାବ : ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ପ୍ରଦେଶରେ ଏହି ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 86କୁ ବୃଦ୍ଧି ହୋଇଛି। ତରନ୍‌ତାରନ୍‌ ଜିଲ୍ଲାରୁ ସର୍ବାଧିକ 47ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ଦିନ 48ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ ପଞ୍ଜାବ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟର 7 ଅବକାରୀ ଅଧିକାରୀ, 2 ଡିଏସ୍‌ପି ଓ ଚାରିଜଣ ଏସ୍‌ଏଚ୍‌ଓଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ପଞ୍ଜାବ ପୋଲିସ୍‌ ଅଭିଯାନ ଚଳାଇ ବହୁ ଜାଗାରେ ରେଡ୍‌ କରିବା ସହିତ 25ଜଣଙ୍କୁ ଗିରଫ କରିଛି ।

ଅପରପକ୍ଷରେ ରାଜ୍ୟରେ ମଦମୃତ୍ୟୁକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି । ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତା ସୁ୍‌ଖବୀର୍‌ ସିଂ ବାଦଲ କଂଗ୍ରେସ ସରକାର ଉପରେ ଅବୈଧ ମଦ କାରବାରଣ କରୁଥିବା ବ୍ୟକ୍ତିଙ୍କୁ ଶରଣ ଦେଉଥିବାର ଅଭିଯୋଗ କରିଛନ୍ତି । (ଏଜେନ୍ସି)

Related posts