Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଶ୍ରୀମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା,ରାକ୍ଷୀ ପ୍ରସ୍ତୁତ
ଆଜିର ଖବର

ଆଜି ଶ୍ରୀମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା,ରାକ୍ଷୀ ପ୍ରସ୍ତୁତ

August 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଓଡିଶା ଜନଜୀବନ ଭିତରେ ଜଗତର ନାଥ ଜଗନ୍ନାଥ ମଧ୍ୟ ଜଡିତ। ସେଥିପାଇଁ ଓଡିଆ ପରଂପରାରେ ଯାହା ପ୍ରଚଳିତ ତାହା ଶ୍ରୀମନ୍ଦିରରେ ପରିଲକ୍ଷିତ ହୋଇଥାଏ। ସେହିପରି ଆଜିର ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ରହିଛି ପରଂପରା ଓ ସ୍ବତନ୍ତ୍ର ପୂଜାନିତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଶୋଇ ସେବାୟତ ଶ୍ରୀମନ୍ଦିରକୁ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି।

ପ୍ରାଚୀନ ସମୟରୁ ଶ୍ରୀମନ୍ଦିରକୁ ପାଟରା ବିଶୋୟୀ ସେବାୟତମାନେ ରାକ୍ଷୀ ପ୍ରସ୍ତୁତ କରି ପଠାଇଥାନ୍ତି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ଚିତାଲାଗି, ରାକ୍ଷୀ ପୂର୍ଣ୍ଣିମା, ଓ ରେଖା ପଞ୍ଚମୀ ସମୟରେ ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ। ମୁଖତଃ ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି ଗୁଆ ମାଳ ମଧ୍ୟ ତିଆରି ହୋଇଥାଏ। ଗହ୍ମାପୂର୍ଣ୍ଣିମାରେ ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋଇ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026
Latest News

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.