କଟକ : କଟକ ସହରରେ ଆଉ 87 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 87 ଜଣଙ୍କ ମଧ୍ୟରୁ 79ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 8ଟି ଲୋକାଲ୍ କେସ୍ ରହିଥିବାର ସିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ 87ଜଣଙ୍କ ମଧ୍ୟରୁ 76ଜଣ ହୋମ୍ କ୍ବାରେଣ୍ଟାିଇନ୍ରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ମାଲ୍ଗୋଦାମ ବେହେରା ସାହିରୁ 57 ଚିହ୍ନଟ ହୋଇଛନ୍ତି ।
ପୁରୁଣା ରାଉସରାପାଟଣା କଣ୍ଟେନମେଣ୍ଟ ଜୋନ୍ରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ମାଛ ବଜାରରୁ 10 ଜଣ ରହିଛନ୍ତି । ସେହିପରି ସରକାରୀ କ୍ବାରେଣ୍ଟାଇନ୍ରୁ ଜଣେ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି ।
ଆଠ ଲୋକାଲ୍ କେସ୍ ମଧ୍ୟରୁ କାଳି ଗଳିରୁ 72 ବର୍ଷୀୟ ପୁରୁଷ ଥିବାବେଳେ ଚୌଧୁରୀବଜାର ନୟାସଡକରୁ 21 ବର୍ଷୀୟ ଯୁବକ ରହିଛନ୍ତି । ସାନ୍ତା ସାହିରୁ 35 ବର୍ଷୀୟ ପୁରୁଷ ଥିବାବେଳେ ଚାଉଳିଆଗଞ୍ଜରୁ 35 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ମହାନଦୀ ବିହାରରୁ 35 ବର୍ଷୀୟା ମହିଳା ଥିବାବେଳେ ତେଲେଙ୍ଗାନା ବଜାରରୁ 52 ବର୍ଷୀୟ ମହିଳା, ଦେଓ୍ବାନ ବଜାରରୁ 20 ବର୍ଷୀୟା ଯୁବତୀ ଥିବାବେଳେ ବାଦାମବାଡିରୁ 56 ବର୍ଷୀୟ ମହିଳା ରହିଛନ୍ତି ।
ଆଜି ନୂତନ 87 ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ କଟକରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 1 ହଜାର 91ଜଣ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 580ଜଣ । ସେହିପରି 10ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ସୁଦ୍ଧା କଟକ ସହରରେ 501 ଜଣ ଚିକିତ୍ସାଧୀନ ରହିଛନ୍ତି ।