ରକ୍ଷାବନ୍ଧନ ଉପଲକ୍ଷେ ବାପଘରକୁ ଆସିଥିଲେ ଯୁବତୀ, ଗୁଳି କରି ମାରିଲେ ପ୍ରେମିକ

Published: Aug 3, 2020, 5:37 pm IST

ଆଲିଗଡ : ଆଲିଗଡ ର ଥାନା ଅନ୍ତର୍ଗତ ଗାନ୍ଧି ପାର୍କ ଅଞ୍ଚଳରେ ନଗଲା ମାଲୀରେ ଜଣେ ଯୁବତୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଯୁବତୀ ଜଣକ ରକ୍ଷାବନ୍ଧନ ଉପଲକ୍ଷେ ନିଜ ବାପ ଘରକୁ ଆସିଥିବାବେଳେ ରାତିରେ ଛାତ ଉପରେ ଶୋଇଥିବାବେଳେ ତାଙ୍କ କାନମୁଣ୍ଡାକୁ ଗୁଳିମାରି ହତ୍ୟା କରାଯାଇଛି ।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ୍‌ ପଠାଇବା ପାଇଁ ପଠାଇଛି । ତେବେ ମୃତ ଯୁବତୀଙ୍କ ପରିଜନମାନଙ୍କ କହିବାନୁସାରେ ଯୁବତୀଙ୍କର ପଡୋଶୀର ଜଣେ ରହୁଥିବା କୌଶଳ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଗତ ତିନି ତାରିଖରେ ଯୁବତୀଙ୍କର ବୁଲନ୍ଦସହର ନିବାସୀ ବିଶାଲ ସହିତ ବିବାହ କରିଥିଲେ ।

ତେବେ  ଯୁବତୀଙ୍କ ବିବାହ ପରେ ତାଙ୍କ ପ୍ରେମିକ ଜଣକ ଏପରି କାଣ୍ଡ କରୁଥିବାର ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ଭଉଣୀ । ମୃତା ଯୁବତୀଙ୍କ ଭଉଣୀଙ୍କ କହିବାନୁସାରେ ବିବାହ ପରେ କୌଶଲ୍‌ ତାଙ୍କୁ ମାରିବାର ଧମକ ଦେଇଥିଲେ । ତେବେ ରକ୍ଷାବନ୍ଧନ ଉପଲକ୍ଷେ ଯୁବତୀ ଜଣକ ଘରକୁ ଆସିବା ପରେ ସେ ଏପରି କାଣ୍ଡ ଘଟାଇଥିବାର ଜଣାପଡିଛି । (ଏଜେନ୍ସି)

Related posts