ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେଲେ 149 ଆକ୍ରାନ୍ତ, ସୁସ୍ଥ ହେଲେ 145 ଜଣ

Published: Aug 4, 2020, 5:33 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 149 ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ନୂତନ 149ଙ୍କ ମଧ୍ୟରୁ 98ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 51ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 98ଜଣଙ୍କ ମଧ୍ୟରେ ସାଲିଆ ସାହିରୁ 11 ଜଣ ଥିବାବେଳେ ଶିରିପୁରର କନ୍ଧ ସାହିରୁ 14ଜଣ ରହିଛନ୍ତି । ନୟାପଲ୍ଲୀ ବ୍ରିଟ୍‌ କଲୋନୀରୁ 7ଜଣ ରହିଛନ୍ତି । ସେହିପରି ଖଣ୍ଡଗିରି ତପୋବନ ବସ୍ତିରୁ 3 ଜଣ, ଡୁମୁଡୁମା ରଘୁନାଥ ନଗରରୁ 6 ଜଣ, ବରଗଡ ବ୍ରିଟ୍‌ କଲୋନୀରୁ 3 ଜଣ, ୟୁନିଟ୍‌-1ରୁ 3ଜଣ, ୟୁନିଟ୍‌ 6ରୁ ଚାରିଜଣ ରହିଛନ୍ତି ।

Image

ଚିହ୍ନଟ 51 ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରେ ସେଣ୍ଟ୍ରାଲ୍‌ ସରକାରୀ ଚିକିତ୍ସାଳୟରୁ ଜଣେ, ଓଲ୍ଡ ଟାଉନ୍‌ରୁ 4 ଜଣ,  ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 2 ଜଣ, ଡୁମୁଡୁମାରୁ ଜଣେ, ଝାରପଡାରୁ ଜଣେ, ଛଅ ନମ୍ବର ଏଲ୍‌ଆଇସି କଲୋନୀରୁ ଜଣେ, ଲକ୍ଷ୍ମୀସାଗରରୁ 2 ଜଣ, ଆଇଆରସି ଭିଲେଜରୁ ଜଣେ, ତମାଣ୍ଡୋରୁ ଜଣେ, ବିଜେବି ନଗରରୁ ଜଣେ, ବାଣୀ ବିହାର କ୍ୟାମ୍ପସ୍‌ରୁ  ଜଣେ, ରସୁଲଗଡରୁ ଜଣେ, ଜାଗମରାରୁ ଜଣେ, କଳିଙ୍ଗ ନଗରରୁ ଜଣେ, ୟୁନିଟ୍‌-1ରୁ ଜଣେ, ମଞ୍ଚେଶ୍‌ବରରୁ ଜଣେ, ଶୈଳଶ୍ରୀ ବିହାରରୁ 2ଜଣ, ଆଠ ନମ୍ବରରୁ ଜଣେ, ପ୍ରଶାନ୍ତି ବିହାରରୁ ଜଣେ, ଜୟଦେବବିହାରରୁ 2 ଜଣ, ନୟାପଲ୍ଲୀରୁ 2 ଜଣ, ସାଲିଆ ସାହିରୁ 3 ଜଣ, ବରମୁଣ୍ଡା ଗାଁରୁ ଜଣେ ରହିଛନ୍ତି ।

Image

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 145 ଜଣ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କସଂଖ୍ୟା 3 ହଜାର 217ରେ ପହଞ୍ଚିଥିବାବେଳେ ମୃତ୍ୟୁ ବରଣ କରିଛନ୍ତି 18 ଜଣ । 1ହଜାର943ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 254ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts