ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Aug 5, 2020, 11:41 am IST

ଅଯୋଧ୍ୟା : ଆଉ ମାତ୍ର କିଛି ସମୟର ପ୍ରତୀକ୍ଷା ପରେ ରାମ ମନ୍ଦିରର ଭୂମି ପୂଜା ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବେ । ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଭୂମି ପୂଜନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିଛନ୍ତି । ଲକ୍ଷ୍ନୌରୁ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଛନ୍ତି । ପ୍ରଥମେ ହନୁମାନଗଡି ମନ୍ଦିରରେ ଦର୍ଶନ କରିବେ ତା’ପରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବେ । 12ଟା30 ସମୟରେ ଭୂମି ପୂଜନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (ଏଜେନ୍ସି)

 

Related posts