Categories
ଆଜିର ଖବର ଜାତୀୟ ଖବର

ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର : ନରେନ୍ଦ୍ର ମୋଦି

ଅଯୋଧ୍ୟା :  ଆଜି ଅଯୋଧ୍ୟାଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଓ ଶିଳାନ୍ୟାସ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ରାମ ମନ୍ଦିର ନିର୍ମାଣ ଦ୍ବାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି ବୋଲି କହିଛନ୍ତି ମୋଦି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭାରତୀୟ ସଂସ୍କୃତିର ଦର୍ଶନ ଦେବ । ଏହାସହ ମାନବିକତାକୁ ଅନନ୍ତକାଳ ପାଇଁ ପ୍ରେରଣା ଦେବ।  ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ଓ ଜାତୀୟତାର ଭାବକୁ ଦର୍ଶାଇବ । ରାମ ସମସ୍ତଙ୍କର ଓ ସମସ୍ତଙ୍କଠାରେ ରାମ ରହିଛନ୍ତି । ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁଁ ଆଜି ସ୍ବପ୍ନ ସାକାର ହୋଇଛି । ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର  । ମନ୍ଦିର ସହ ଏହି ଅଞ୍ଚଳର ଅର୍ଥନୀତି ମଧ୍ୟ ବଦଳିବ । ଏଠାକୁ ସାରା ଦୁନିଆରୁ ଲୋକେ ଆସିବେ ।  ସମଗ୍ର ପୃଥିବୀରେ ଶ୍ରୀ ରାମଙ୍କ ପରି କେହି ନୀତିବାନ ଶାସକ ନାହାନ୍ତି ବୋଲଇ କହିଛନ୍ତି ମୋଦି । ଭାଙ୍ଗିବା ଓ ଗଢିବା ବ୍ୟତିକ୍ରମରୁ ଆଜି ରାମ ଜନ୍ମଭୂମି ମୁକ୍ତି ପାଇଛି ।ଏହି ମନ୍ଦିର ଆଗାମୀ ପିଢିକୁ ଆସ୍ଥା, ଶ୍ରଦ୍ଧା ଓ ସଂକଳ୍ପର ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୋଦି ।

ସେହିପରି ଏହି ଭୂମି ପୂଜନ ଅବସରରେ ଯୋଗଦେଇଥିବା ଅନ୍ୟତମ ଅତିଥି ଭାବେ ଆରଏସଏସ୍‌ର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ନିଜ ମନକୁ ଅଯୋଧ୍ୟା କରିବାକୁ ହେବ । ସେହିପରି ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆଜି ଭାରତ ପାଇଁ ଏକ ଐତିହାସିକ ଦିନ ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ନିର୍ମାଣର ଭୂମିପୂଜା ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଯୋଧ୍ୟା : ପ୍ରାୟ 500 ବର୍ଷ ପରେ ରାମ ମନ୍ଦିର ନିର୍ମାଣ ନେଇ ସ୍ବପ୍ନ ପୂରା ହେବାକୁ ଯାଉଛି ।  ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଅନୁଷ୍ଠିତ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ଓ ଶିଳାନ୍ୟାସ କଲେ । 12ଟା 30ରୁ 32 ସେକେଣ୍ଡର ଶୁଭ ମୁହୂର୍ତ୍ତ ମଧ୍ୟରେ ନରେନ୍ଦ୍ର ମୋଦି ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି ।   ସ୍ବତନ୍ତ୍ର ଭାବେ ନିର୍ମିତ ରୂପା ଇଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଭୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାମ ଲଲାଙ୍କ ଦର୍ଶନ କରିବା ସହିତ ପୂଜା କରି ସାଷ୍ଟାଙ୍ଗ ଦଣ୍ଡବତ ହୋଇଥିଲେ ।

ଗତକାଲି ଶ୍ରୀ ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ପରେ କିପରି ଦେଖାଯିବ, ସେନେଇ କିଛି ମଡେଲ୍ ଫଟୋ ଶେୟାର କରିଥିଲେ । ଯେଉଁଥିରେ ରାମ ମନ୍ଦିରର ମଡେଲକୁ ବଦଳା ଯାଇ ଏହାକୁ ଭବ୍ୟ ରୂପ ଦିଆଯାଇଛି । ପୂର୍ବରୁ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା 128 ଫୁଟ୍ ରହିଥିବା ବେଳେ ଏବେ 161 ଫୁଟ୍ ହେବ ବୋଲି ସୂଚନା ରହିଛି । ମନ୍ଦିରର ଏହି ଡିଜାଇନ୍‌କୁ ପ୍ରସ୍ତୁତ କରିଛନ୍ତି ଆର୍କିଟେକ୍ଟ ନିଖଲ୍‌ ସୋମପୁରା । ମନ୍ଦିରଟି ତିନି ମହଲା ବିଶିଷ୍ଟ ହେବାକୁ ଥିବାବେଳେ ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ ହେବ । ଉତ୍ତର ଭାରତ ନଗାଡା ଶୈଳୀରେ  ନିର୍ମିତ ହେବ । ମନ୍ଦିରରେ କୌଣସି ଲୁହା ବ୍ୟବହାର ହେବ ନାହିଁ । 3 ମହଲା ବିଶିଷ୍ଟ ଏହି ମନ୍ଦିରରେ 318ଟି ସ୍ତମ୍ଭ ରହିବ । ପ୍ରତି ସ୍ତମ୍ଭରେ ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତି ଖୋଦିତ ହେବ । ତଳ ମହଲାରେ ଭଗବାନ ରାମଙ୍କ ଆସ୍ଥାନ ରହିବ ବୋଲି ସୂଚନା ରହିଛି ।  2024 ସୁଦ୍ଧା ମନ୍ଦିର କାର୍ଯ୍ୟ ସରିବ ବୋଲି ନିଷ୍ପତ୍ତି ଯୋଜନା କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଆରମ୍ଭ ହେଲା ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ : ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଯୋଧ୍ୟା : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭୂମି ପୂଜନ ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ ହନୁମାନଗଢୀ ମନ୍ଦିର ଯାଇ ସେଠାରେ ହନୁମାନଙ୍କ ପୂଜା କରିଥିଲେ । ଏହାପରେ ସେ ମନ୍ଦିର ପରିଭ୍ରମଣ କରିଥିଲେ ।  ଏହାପରେ ନରେନ୍ଦ୍ର ମୋଦି ରାମଲଲାଙ୍କ ଦର୍ଶନ କରିଥିଲେ । ରାମ ଲଲାଙ୍କ ପୂଜା କରିବା ପରେ  ଏକ ପାରିଜାତ ବୃକ୍ଷ ଲଗାଇଥିଲେ ।  ଏହାପରେ ସେ ଭୂମି ପୂଜନ ସ୍ଥଳରେ ପହଞ୍ଚିଥିଲେ।  ପ୍ରଧାନମନ୍ତ୍ରୀ ପ୍ରଥମେ ଅଭିଷେକ ପୂଜା  କରିବା ପରେ ଭୂମି ପୂଜନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଭୂମି ପୂଜନ ସ୍ଥଳରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମୋହନ ଭାଗବତ, ଆନନ୍ଦୀ ବେନ୍‌ ପଟେଲ୍‌ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଯୋଧ୍ୟା : ଆଉ ମାତ୍ର କିଛି ସମୟର ପ୍ରତୀକ୍ଷା ପରେ ରାମ ମନ୍ଦିରର ଭୂମି ପୂଜା ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବେ । ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଭୂମି ପୂଜନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିଛନ୍ତି । ଲକ୍ଷ୍ନୌରୁ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଛନ୍ତି । ପ୍ରଥମେ ହନୁମାନଗଡି ମନ୍ଦିରରେ ଦର୍ଶନ କରିବେ ତା’ପରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବେ । 12ଟା30 ସମୟରେ ଭୂମି ପୂଜନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (ଏଜେନ୍ସି)