ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର : ନରେନ୍ଦ୍ର ମୋଦି

Published: Aug 5, 2020, 2:56 pm IST

ଅଯୋଧ୍ୟା :  ଆଜି ଅଯୋଧ୍ୟାଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଓ ଶିଳାନ୍ୟାସ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ରାମ ମନ୍ଦିର ନିର୍ମାଣ ଦ୍ବାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି ବୋଲି କହିଛନ୍ତି ମୋଦି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭାରତୀୟ ସଂସ୍କୃତିର ଦର୍ଶନ ଦେବ । ଏହାସହ ମାନବିକତାକୁ ଅନନ୍ତକାଳ ପାଇଁ ପ୍ରେରଣା ଦେବ।  ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ଓ ଜାତୀୟତାର ଭାବକୁ ଦର୍ଶାଇବ । ରାମ ସମସ୍ତଙ୍କର ଓ ସମସ୍ତଙ୍କଠାରେ ରାମ ରହିଛନ୍ତି । ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁଁ ଆଜି ସ୍ବପ୍ନ ସାକାର ହୋଇଛି । ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର  । ମନ୍ଦିର ସହ ଏହି ଅଞ୍ଚଳର ଅର୍ଥନୀତି ମଧ୍ୟ ବଦଳିବ । ଏଠାକୁ ସାରା ଦୁନିଆରୁ ଲୋକେ ଆସିବେ ।  ସମଗ୍ର ପୃଥିବୀରେ ଶ୍ରୀ ରାମଙ୍କ ପରି କେହି ନୀତିବାନ ଶାସକ ନାହାନ୍ତି ବୋଲଇ କହିଛନ୍ତି ମୋଦି । ଭାଙ୍ଗିବା ଓ ଗଢିବା ବ୍ୟତିକ୍ରମରୁ ଆଜି ରାମ ଜନ୍ମଭୂମି ମୁକ୍ତି ପାଇଛି ।ଏହି ମନ୍ଦିର ଆଗାମୀ ପିଢିକୁ ଆସ୍ଥା, ଶ୍ରଦ୍ଧା ଓ ସଂକଳ୍ପର ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୋଦି ।

ସେହିପରି ଏହି ଭୂମି ପୂଜନ ଅବସରରେ ଯୋଗଦେଇଥିବା ଅନ୍ୟତମ ଅତିଥି ଭାବେ ଆରଏସଏସ୍‌ର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ନିଜ ମନକୁ ଅଯୋଧ୍ୟା କରିବାକୁ ହେବ । ସେହିପରି ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆଜି ଭାରତ ପାଇଁ ଏକ ଐତିହାସିକ ଦିନ ।  (ଏଜେନ୍ସି)

Related posts