Categories
ଆଜିର ଖବର ଜାତୀୟ ଖବର

ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର : ନରେନ୍ଦ୍ର ମୋଦି

ଅଯୋଧ୍ୟା :  ଆଜି ଅଯୋଧ୍ୟାଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଓ ଶିଳାନ୍ୟାସ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ରାମ ମନ୍ଦିର ନିର୍ମାଣ ଦ୍ବାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି ବୋଲି କହିଛନ୍ତି ମୋଦି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭାରତୀୟ ସଂସ୍କୃତିର ଦର୍ଶନ ଦେବ । ଏହାସହ ମାନବିକତାକୁ ଅନନ୍ତକାଳ ପାଇଁ ପ୍ରେରଣା ଦେବ।  ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ଓ ଜାତୀୟତାର ଭାବକୁ ଦର୍ଶାଇବ । ରାମ ସମସ୍ତଙ୍କର ଓ ସମସ୍ତଙ୍କଠାରେ ରାମ ରହିଛନ୍ତି । ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁଁ ଆଜି ସ୍ବପ୍ନ ସାକାର ହୋଇଛି । ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର  । ମନ୍ଦିର ସହ ଏହି ଅଞ୍ଚଳର ଅର୍ଥନୀତି ମଧ୍ୟ ବଦଳିବ । ଏଠାକୁ ସାରା ଦୁନିଆରୁ ଲୋକେ ଆସିବେ ।  ସମଗ୍ର ପୃଥିବୀରେ ଶ୍ରୀ ରାମଙ୍କ ପରି କେହି ନୀତିବାନ ଶାସକ ନାହାନ୍ତି ବୋଲଇ କହିଛନ୍ତି ମୋଦି । ଭାଙ୍ଗିବା ଓ ଗଢିବା ବ୍ୟତିକ୍ରମରୁ ଆଜି ରାମ ଜନ୍ମଭୂମି ମୁକ୍ତି ପାଇଛି ।ଏହି ମନ୍ଦିର ଆଗାମୀ ପିଢିକୁ ଆସ୍ଥା, ଶ୍ରଦ୍ଧା ଓ ସଂକଳ୍ପର ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୋଦି ।

ସେହିପରି ଏହି ଭୂମି ପୂଜନ ଅବସରରେ ଯୋଗଦେଇଥିବା ଅନ୍ୟତମ ଅତିଥି ଭାବେ ଆରଏସଏସ୍‌ର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ନିଜ ମନକୁ ଅଯୋଧ୍ୟା କରିବାକୁ ହେବ । ସେହିପରି ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆଜି ଭାରତ ପାଇଁ ଏକ ଐତିହାସିକ ଦିନ ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ରାମ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପ୍ରିୟଙ୍କାଗାନ୍ଧି

ନୂଆଦିଲ୍ଲୀ : ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏହି ରାମମନ୍ଦିର ଭୂମି ପୂଜନରେ କେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କର ନାମ ମଧ୍ୟ ପ୍ରକାଶ ପାଇଛି । ଏହା ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟୁଇଟରରେ ନିଜ ବକ୍ତବ୍ୟ ଜାରି କରିବା ସହିତ ଏହି ଦିନ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣିଛନ୍ତି ।  ସରଳତା, ସାହସ,ସଂଯମ, ତ୍ୟାଗ, ବଚନବଦ୍ଧତା, ଦୀନବନ୍ଧୁ ରାମ ନାମର ସାର ବୋଲି କହିଛନ୍ତି । ରାମ ସମସ୍ତଙ୍କ ମଧ୍ୟରେ ଅଛନ୍ତି, ରାମ ସମସ୍ତଙ୍କସହ ଅଛନ୍ତି । ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ରାମ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରିୟଙ୍କା ମତ ଦେଇଛନ୍ତି । ଜାତୀୟ ଏକତା, ଭାଇଚାରା ଏବଂ ସାଂସ୍କୃତିକ ସୁରକ୍ଷା ଦୃଷ୍ଟିରୁ ରାମ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ଟ୍ୱିଟ କରିଛନ୍ତି। ଭୂମି ପୂଜନର ଗୋଟିଏ ଦିନ ପୂର୍ବରୁ ପ୍ରିୟଙ୍କା ଏହି ମତ ଦେବା ସହିତ ଭଗବାନ ରାମଙ୍କ ଆଶୀର୍ବାଦ ସମଗ୍ର ଦେଶବାସୀଙ୍କୁ କରୋନାର ବିପତ୍ତିରୁ ଉଦ୍ଧାର କରିବ ବୋଲି ପ୍ରିୟଙ୍କା କହିଛନ୍ତି । ଭଗବାନ ଶ୍ରୀରାମ ସମସ୍ତ ଜାତି ଏବଂ ଧର୍ମରୁ ଉଦ୍ଧ୍ୱର୍ରେ ବୋଲି ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 175 ଜଣଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି 175ଜଣଙ୍କ ମଧ୍ୟରେ ପୟାୟ 135 ଜଣ ସନ୍ଥ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11.30ରେ ଅଯୋଧ୍ୟାରେ ପହଞ୍ଚିବେ । ପ୍ରାୟ ତିନି ଘଣ୍ଟା ଅଯୋଧ୍ୟାରେ ରହିବେ । ତେବେ ଆସନ୍ତାକାଲି ଅଯୋଧ୍ୟାରେ ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାର ହନୁମାନଗଡୀରେ ବିଶେଷ ପୂଜା କରାଯିବ । (ଏଜେନ୍ସି)