ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

Published: Aug 14, 2020, 1:35 pm IST

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆକ୍ଷେପମୂଳକ ଟୁଇଟ୍ ମାମଲାରେ ନିଜ ଆଡ଼ୁ ମାମଲା ଗ୍ରହଣ କରି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ ତାଙ୍କୁ କେଉଁ ଦଣ୍ଡ ଦିଆଯିବ, ସେ ନେଇ ଅଗଷ୍ଟ 20ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।ସୁପ୍ରିମ୍‌କୋର୍ଟ ଓ ମୁଖ୍ୟ ବିଚାରପତିଙ୍କ ବିରୋଧରେ ପ୍ରଶାନ୍ତ ଟୁଇଟ୍‌ କରିଥିଲେ ।  ତେବେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଏହି ଟୁଇଟ୍ ଅପ୍ରିୟ ହୋଇପାରେ କିନ୍ତୁ ‘ଅବମାନନା’ ନୁହେଁ। ଏଥିଲାଗି ସେ କ୍ଷମାଯାଚନା ମଧ୍ୟ କରିଥିଲେ।

Related posts