Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇ-ସଞ୍ଜିବନୀ ଟେଲି ମେଡ଼ିସିନ ସେବା ଦ୍ଵାରା ରେକର୍ଡ ସଂଖ୍ୟକ ୨ ଲକ୍ଷ ଲୋକ ପାଇଲେ ଟେଲି ପରାମର୍ଶ
ଆଜିର ଖବର

ଇ-ସଞ୍ଜିବନୀ ଟେଲି ମେଡ଼ିସିନ ସେବା ଦ୍ଵାରା ରେକର୍ଡ ସଂଖ୍ୟକ ୨ ଲକ୍ଷ ଲୋକ ପାଇଲେ ଟେଲି ପରାମର୍ଶ

August 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇ-ସଞ୍ଜିବନୀ ଟେଲି ମେଡ଼ିସିନ ସେବା ଦ୍ଵାରା ରେକର୍ଡ ସଂଖ୍ୟକ ୨ ଲକ୍ଷ ଲୋକ ପାଇଲେ ଟେଲି ପରାମର୍ଶ

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଇ-ସଞ୍ଜିବନୀ ଡିଜିଟାଲ ପ୍ଲାଟଫର୍ମ ଦ୍ଵାରା ୨ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି । ମାତ୍ର ୧୦ ଦିନ ମଧ୍ୟରେ ଏହି ସଫଳତା ହାସଲ ହୋଇପାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଗତ ୯ ତାରିଖ ଦିନ ୧.୫ ଲକ୍ଷ ଟେଲି ପରାମର୍ଶ ପୂର୍ତ୍ତି ଅବସରରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱରୂପ ଇ-ସଞ୍ଜିବନୀ ପ୍ଲାଟଫର୍ମ କରୋନା ବୈଶ୍ଵିକ ମହାମାରୀ କାଳରେ ଟେଲି ପରାମର୍ଶ ଜରିଆରେ ସମାଜର ଅଶେଷ ହିତ ସାଧନ କରିପାରିଛି ।

ଇ-ସଞ୍ଜିବନୀ ପ୍ଲାଟଫର୍ମ ୨ ପ୍ରକାରର ଟେଲି ମେଡ଼ିସିନ ସେବା ଯୋଗାଇଥାଏ । ଗୋଟିଏ ହେଲା ଡାକ୍ତର – ଡାକ୍ତର ଇ-ସଞ୍ଜିବନୀ ଓ ଦ୍ଵିତୀୟଟି ହେଲା ରୋଗୀ-ଡାକ୍ତର ଇ-ସଞ୍ଜିବନୀ ଓପିଡି ଟେଲି ପରାମର୍ଶ। ପ୍ରଥମଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର (ଏବିଏଚଡବ୍ଲୁସି) ଜରିଆରେ ତ୍ୱରାନ୍ୱିତ ହେଉଛି । ଦେଶର ସମସ୍ତ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଚିହ୍ନଟ ହୋଇଥିବା ମେଡିକାଲ କଲେଜ ହସ୍ପିଟାଲ ସହ ଯୋଗସୂତ୍ର ରକ୍ଷା କରି ହବ ଏଣ୍ଡ ସ୍ପୋକ ମଡେଲରେ ଏହାକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ।

ରାଜ୍ୟ ସରକାରଗୁଡିକ ଏଥିପାଇଁ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲଗୁଡିକୁ ହବ ଭାବେ ଚିହ୍ନଟ କରିଛନ୍ତି। ଏଗୁଡିକ ସ୍ପୋକ ଯଥା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ର, ଜନସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରଗୁଡ଼ିକୁ ଟେଲି ପରାମର୍ଶ ଦେବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵିତୀୟ ଟେଲି ପରାମର୍ଶ ସେବା ଇ-ସଞ୍ଜିବନୀ ଓପିଡି ଜରିଆରେ ପ୍ରଦାନ କରୁଛି। କରୋନା ବୈଶ୍ଵିକ ମହାମାରୀ ଦୃଷ୍ଟିରୁ ଏପ୍ରିଲ ମାସଠାରୁ ରୋଗୀ ସିଧାସଳଖ ଡାକ୍ତରଙ୍କ ସହ ଟେଲି ପରାମର୍ଶ କରିପାରୁଛନ୍ତି। ଏହାଦ୍ଵାରା କରୋନା ସଂକ୍ରମଣକୁ ରୋକିବା ସହ ଅନ୍ୟାନ୍ୟ ରୋଗର ଚିକିତ୍ସା ମଧ୍ୟ କରାଯାଉଛି।

ଇ-ସଞ୍ଜିବନୀ ୨୩ଟି ରାଜ୍ୟ ତ୍ୱରାନ୍ୱିତ କରିଥିବା ବେଳେ ଅନ୍ୟ ରାଜ୍ୟଗୁଡିକ ଏହାକୁ ଲାଗୁ କରିବା ପ୍ରକ୍ରିୟାରେ ଅଛନ୍ତି।

ଏହି ପ୍ଲାଟଫର୍ମ ଜରିଆରେ ଦିଆଯାଉଥିବା ଇ-ସ୍ଵାସ୍ଥ୍ୟସେବାର ସୁଯୋଗ ନେଉଥିବା ୫ଟି ମୁଖ୍ୟା ରାଜ୍ୟ ହେଲେ – ତାମିଲନାଡୁ (୫୬,୩୪୬ ପରାମର୍ଶ), ଉତ୍ତର ପ୍ରଦେଶ (୩୩,୩୨୫ ପରାମର୍ଶ), ଆନ୍ଧ୍ର ପ୍ରଦେଶ (୨୯,୪୦୦ ପରାମର୍ଶ), ହିମାଚଳ ପ୍ରଦେଶ (୨୬,୫୩୫ ପରାମର୍ଶ) ଏବଂ କେରଳ (୨୧,୪୩୩ ପରାମର୍ଶ) । ଆନ୍ଧ୍ର ପ୍ରଦେଶ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ର ବନାମ ମେଡିକାଲ କଲେଜ ବାର୍ତ୍ତା ବିନିମୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ୨୫,୪୭୮ଟି ପରାମର୍ଶ କରିଥିବା ବେଳେ ତାମିଳନାଡୁ ଓପିଡି ସେବାରେ ସର୍ବାଧିକ ୫୬,୩୪୬ ରେ ଅଗ୍ରଣୀ ରହିଛି ।

health department Tele Medicine
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026
Latest News

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026

ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ତୀବ୍ର ବିବାଦ: ୧୬୩ ଧାରା ଜାରି

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.