ଇ-ସଞ୍ଜିବନୀ ଟେଲି ମେଡ଼ିସିନ ସେବା ଦ୍ଵାରା ରେକର୍ଡ ସଂଖ୍ୟକ ୨ ଲକ୍ଷ ଲୋକ ପାଇଲେ ଟେଲି ପରାମର୍ଶ

Published: Aug 20, 2020, 6:55 am IST

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଇ-ସଞ୍ଜିବନୀ ଡିଜିଟାଲ ପ୍ଲାଟଫର୍ମ ଦ୍ଵାରା ୨ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି । ମାତ୍ର ୧୦ ଦିନ ମଧ୍ୟରେ ଏହି ସଫଳତା ହାସଲ ହୋଇପାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଗତ ୯ ତାରିଖ ଦିନ ୧.୫ ଲକ୍ଷ ଟେଲି ପରାମର୍ଶ ପୂର୍ତ୍ତି ଅବସରରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱରୂପ ଇ-ସଞ୍ଜିବନୀ ପ୍ଲାଟଫର୍ମ କରୋନା ବୈଶ୍ଵିକ ମହାମାରୀ କାଳରେ ଟେଲି ପରାମର୍ଶ ଜରିଆରେ ସମାଜର ଅଶେଷ ହିତ ସାଧନ କରିପାରିଛି ।

ଇ-ସଞ୍ଜିବନୀ ପ୍ଲାଟଫର୍ମ ୨ ପ୍ରକାରର ଟେଲି ମେଡ଼ିସିନ ସେବା ଯୋଗାଇଥାଏ । ଗୋଟିଏ ହେଲା ଡାକ୍ତର – ଡାକ୍ତର ଇ-ସଞ୍ଜିବନୀ ଓ ଦ୍ଵିତୀୟଟି ହେଲା ରୋଗୀ-ଡାକ୍ତର ଇ-ସଞ୍ଜିବନୀ ଓପିଡି ଟେଲି ପରାମର୍ଶ। ପ୍ରଥମଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର (ଏବିଏଚଡବ୍ଲୁସି) ଜରିଆରେ ତ୍ୱରାନ୍ୱିତ ହେଉଛି । ଦେଶର ସମସ୍ତ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଚିହ୍ନଟ ହୋଇଥିବା ମେଡିକାଲ କଲେଜ ହସ୍ପିଟାଲ ସହ ଯୋଗସୂତ୍ର ରକ୍ଷା କରି ହବ ଏଣ୍ଡ ସ୍ପୋକ ମଡେଲରେ ଏହାକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ।

ରାଜ୍ୟ ସରକାରଗୁଡିକ ଏଥିପାଇଁ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲଗୁଡିକୁ ହବ ଭାବେ ଚିହ୍ନଟ କରିଛନ୍ତି। ଏଗୁଡିକ ସ୍ପୋକ ଯଥା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ର, ଜନସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରଗୁଡ଼ିକୁ ଟେଲି ପରାମର୍ଶ ଦେବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵିତୀୟ ଟେଲି ପରାମର୍ଶ ସେବା ଇ-ସଞ୍ଜିବନୀ ଓପିଡି ଜରିଆରେ ପ୍ରଦାନ କରୁଛି। କରୋନା ବୈଶ୍ଵିକ ମହାମାରୀ ଦୃଷ୍ଟିରୁ ଏପ୍ରିଲ ମାସଠାରୁ ରୋଗୀ ସିଧାସଳଖ ଡାକ୍ତରଙ୍କ ସହ ଟେଲି ପରାମର୍ଶ କରିପାରୁଛନ୍ତି। ଏହାଦ୍ଵାରା କରୋନା ସଂକ୍ରମଣକୁ ରୋକିବା ସହ ଅନ୍ୟାନ୍ୟ ରୋଗର ଚିକିତ୍ସା ମଧ୍ୟ କରାଯାଉଛି।

ଇ-ସଞ୍ଜିବନୀ ୨୩ଟି ରାଜ୍ୟ ତ୍ୱରାନ୍ୱିତ କରିଥିବା ବେଳେ ଅନ୍ୟ ରାଜ୍ୟଗୁଡିକ ଏହାକୁ ଲାଗୁ କରିବା ପ୍ରକ୍ରିୟାରେ ଅଛନ୍ତି।

ଏହି ପ୍ଲାଟଫର୍ମ ଜରିଆରେ ଦିଆଯାଉଥିବା ଇ-ସ୍ଵାସ୍ଥ୍ୟସେବାର ସୁଯୋଗ ନେଉଥିବା ୫ଟି ମୁଖ୍ୟା ରାଜ୍ୟ ହେଲେ – ତାମିଲନାଡୁ (୫୬,୩୪୬ ପରାମର୍ଶ), ଉତ୍ତର ପ୍ରଦେଶ (୩୩,୩୨୫ ପରାମର୍ଶ), ଆନ୍ଧ୍ର ପ୍ରଦେଶ (୨୯,୪୦୦ ପରାମର୍ଶ), ହିମାଚଳ ପ୍ରଦେଶ (୨୬,୫୩୫ ପରାମର୍ଶ) ଏବଂ କେରଳ (୨୧,୪୩୩ ପରାମର୍ଶ) । ଆନ୍ଧ୍ର ପ୍ରଦେଶ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ର ବନାମ ମେଡିକାଲ କଲେଜ ବାର୍ତ୍ତା ବିନିମୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ୨୫,୪୭୮ଟି ପରାମର୍ଶ କରିଥିବା ବେଳେ ତାମିଳନାଡୁ ଓପିଡି ସେବାରେ ସର୍ବାଧିକ ୫୬,୩୪୬ ରେ ଅଗ୍ରଣୀ ରହିଛି ।

Related posts