ନାଚୁଣୀ: ଜାତୀୟ ରାଜପଥ କଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

Published: May 19, 2024, 11:01 pm IST

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଏବଂ ସରଳସିଂହ ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼ରେ ଏକ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରିଛି ପୋଲିସ। ତେବେ ଶବଟି ବହୁଦିନ ହେବ ସେଠାରେ ପଡିରହିଥିବା ଅନୁମାନ କରାଯାଉଛି। ଏହା ଦେଖି ସ୍ଥାନୀୟ ଲୋକ ନାଚୁଣୀ ପୋଲିସକୁ ସୂଚନା ଦେବାପରେ ଆଇଆଇସି ଚନ୍ଦ୍ରଶେଖର ଜେନା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି।

ତେବେ ବର୍ତ୍ତମାନ ଶବଟି ଚି଼ହ୍ନଟ ହୋଇନଥିବା ବେଳେ ବିଭିନ୍ନ ଦିଗରୁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Related posts