Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚ଼ିଲିକା ବିଜେପିର‌ ମିଶ୍ରଣ ପର୍ବ, ପଦ୍ମ ଧରିଲେ ୨୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା
ଆଞ୍ଚଳିକ

ଚ଼ିଲିକା ବିଜେପିର‌ ମିଶ୍ରଣ ପର୍ବ, ପଦ୍ମ ଧରିଲେ ୨୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା

May 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଚ଼ିଲିକା ବିଧାନସଭା କ୍ଷେତ୍ରର ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ‌ ଠାରେ ଗାଲୁଆ ପଞ୍ଚାୟତର ବିଜେଡ଼ି‌ କର୍ମକର୍ତ୍ତା ମହେଶ୍ବର ସ୍ବାଇଁ, ବାଣପୁର ଏନ୍ଏସିର ଯୁବ ସଂଗଠକ ସୁବ୍ରତ ରାୟ, ଦେଓଗାଁ ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ବାଦଲ ଦାସ, ମୋରାମୋରି ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ସେକ ଇମତିଆଜ ଅଲ୍ଲୀ, ହାଟବରଡିହ, ମାନସିଂହପୁର, ନୀଳାଦ୍ରିପ୍ରସାଦ, ବଉଳାବନ୍ଧ ପଞ୍ଚାୟତର‌ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ବିଜେପି ର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ନେତୃତ୍ବକୁ ଭରଷା କରି ଭାରତୀୟ ଜନତା ପାର୍ଟିରେ ସେମାନେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଥିବା କହିଛନ୍ତି।

ଦଳରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତା ମାନେ ଚ଼ିଲିକା ବିଧାନସଭା ଓ ପୁରୀ ଲୋକସଭା କ୍ଷେତ୍ରରେ ପଦ୍ମ ଫୁଟାଇବାକୁ ସଂକଳ୍ପ ନେଇଛନ୍ତି। ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ନନ୍ଦପୁର ପଞ୍ଚାୟତର‌ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ବିରଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳ, ମାନସିହପୁର ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା, ଦେଓଗାଁ ସରପଞ୍ଚ ଙ୍କ ପ୍ରତିନିଧି ଶରତ ଚ଼ନ୍ଦ୍ର ଛାଟୋଇ, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ବ‌ଉଳାବନ୍ଧ‌ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବାଶିଷ ରଥ, ବିଜେପି ନେତା ଭରତ ଜେନା, ଦେବରାଜ ବସ୍ତି, ରାଜକିଶୋର ପଣ୍ଡା ଓ ଯୁବନେତା କାହ୍ନୁଚ଼ରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

'ପଦ୍ମ' ଚିଲିକା ପୃଥ୍ୱୀରାଜ ହରିଚନ୍ଦନ ବିଜେପି ଭାରତୀୟ ଜନତା ପାର୍ଟି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର

October 2, 2026

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ହେମନ୍ତ ସୋରେନଙ୍କୁ ₹୧୦ ହଜାର ଜରିମାନା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.