ଚିଲିକା: ପ୍ରାକ ନିର୍ବାଚନୀ ହିଂସାକୁ ରୋକିବା ପାଇଁ ପୋଲିସର ମେଗା ଫ୍ଲାଗ ମାର୍ଚ୍ଚ

Published: May 19, 2024, 11:08 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ନିକଟରେ ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ପ୍ରାକ ନିର୍ବାଚନୀ ହିଂସା ପରେ ଆହୁରି ସତର୍କ ହୋଇଛି ପୋଲିସ। ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରାକ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଇଛି ପୋଲିସ।

ଆଜି ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଏକ ମେଗା ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଫ୍ଲାଗମାର୍ଚ୍ଚରେ ଏସପିଙ୍କ ସମେତ, ୩ ଅତିରିକ୍ତ ଏସପି, ୬ ଡ଼ିଏସପି, ୭ ଇନ୍ସପେକ୍ଟର ଏବଂ ଏକାଧିକ ପ୍ଲାଟୁନ ଫୋର୍ସ ସାମିଲ ଥିଲେ। ତେବେ ଭୟମୁକ୍ତ ମତଦାନକୁ ଗୁରୁତ୍ୱଦେଇ ଏସପି କହିଥିଲେ କି ବାଣପୁର ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ପୋଲିସ ର ଏଠାରେ ସ୍ୱତନ୍ତ୍ର ନଜର ରହିଛି। କିପରି ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମଗ୍ର ଜିଲ୍ଲାରେ ଅନୁଷ୍ଠିତ କରାଯିବ ତାହାପାଇଁ ପୋଲିସ ପ୍ରଶାସନ ସଦାସର୍ବଦା ତତ୍ପର ରହିଥିବା ଏସପି କହିଛନ୍ତି।

ତେବେ ଆଜିର ମେଗା ଫ୍ଲାଗମାର୍ଚ୍ଚ ଦ୍ୱାରା ବାଣପୁର ଅଂଚଳବାସୀଙ୍କ ମନୋବଳ ବଢିଥିବା ପରିଲକ୍ଷିତ ହୋଇଛି।

Related posts