ଚିଲିକା କୂଳରୁ ମୃତ ଡ଼ଲଫିନ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

Published: May 12, 2024, 5:04 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଚିଲିକା କୂଳ ଗୋପବନ୍ଧୁ ନଗର ଠାରେ ଏକ ମୃତ ଡ଼ଲଫିନ ଉଦ୍ଧାର ହୋଇଛି।  ସୂଚନା ପାଇ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ମୃତ୍ ଡ଼ଲଫିନ ଜବତ କରିଛନ୍ତି। ଏହା ଇରାୱାଡି ପ୍ରଜାତିର ଡ଼ଲଫିନ ବୋଲି ଜଣାପଡିଛି।

ତେବେ ଡ଼ଲଫିନର ବୟସ ଆନୁମାନିକ ଦୁଇ ବର୍ଷ ଭିତରେ ହୋଇଥିବାବେଳେ ଏହାର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି। ବର୍ତ୍ତମାନ ମୃତ ଡ଼ଲଫିନର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

Related posts