ବାଲୁଗାଁ: ଏଟିଏମ ଲୁଟେରା ଗିରଫ

Published: May 15, 2024, 8:04 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଥିବା ଏସବିଆଇ ଏଟିଏମରୁ ଜଣେ ଚୋରକୁ ଗିରଫ କରିଛି ପୋଲିସ। ଖବର ମୁତାବକ ବିଗତ କିଛି ଦିନ ଧରି ଏଟିଏମରୁ ଟଙ୍କା ଉଠେଇବାକୁ ଆସୁଥିବା ପରିଣିତ ବୟସ ଓ ମହିଳାଙ୍କୁ ଅଭିନବ ଉପାୟରେ ଏଟିଏମ ଅଦଳବଦଳ କରିବା ସହ ଟଙ୍କା ଲୁଟ କରୁଥିବା ନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ ହୋଇ ଆସୁଥିଲା।

ଆଜି ପୂର୍ବାହ୍ନରେ ଦୁଇ ଜଣ ମହିଳା ଏଟିଏମରୁ ଟଙ୍କା ଉଠାଉ ଥିବାବେଳେ ପୂର୍ବରୁ ଛକି ରହିଥିବା ଜଣେ ଯୁବକ ହଠାତ ସେମାନଙ୍କ ନିକଟକୁ ଆସି ସହାୟତା କରିବା ନେଇ କହିବା ଆଳରେ ମହିଳାଙ୍କ ଏଟିଏମ ପିନ ନମ୍ବର ପଚାରି ଟଙ୍କା ଉଠାଇବା ସହ ଚତୁରତାର ସହ ଅନ୍ୟ ଏକ ଏଟିଏମ ବଦଳ କରିଥିଲା। ଏଥିସହିତ ଧମକ ଚମକ ଦେଇ ସମ୍ପୃକ୍ତ ମହିଳାଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲା। ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଯୁବକକୁ କାବୁକରି ବାଲୁଗାଁ ଥାନାକୁ ଜଣାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଏଟିଏମ ସିସି ଫୁଟେଜ ଯାଞ୍ଚ କରିବାସହ ସମ୍ପୃକ୍ତ ଯୁବକକୁ କେଶ ନଂ ୧୭୭/୨୪ ରେ ମାମଲା ରୁଜୁକରି ଗିରଫ କରିଛି।

ଏହି ଘଟଣାରେ ଆଉ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ତତତ୍ଵାବଧାନରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ପବିତ୍ର ରଣବିଜୁଳିଙ୍କ ପୁଅ କରମ ଚାନ୍ଦ ରଣବିଜୁଳି ବୋଲି ଜଣାପଡ଼ିଛି।

Related posts