ବାଲୁଗାଁ: ସ୍ୱାଧୀନ ବିଧାୟକ ପ୍ରାର୍ଥୀ କ୍ୟାପଟେନ ମନ୍ମଥଙ୍କ ବାଇକ ଶୋଭାଯାତ୍ରା

Published: May 21, 2024, 8:09 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମନ୍ମଥ କୁମାର ସିଂଙ୍କ ନେତୃତ୍ୱରେ ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ, ବଡ଼କୁଳ, ଅଠରବାଟିଆ ପଞ୍ଚୟତ ସମେତ ବାଲୁଗାଁ ଏନଏସି ଅନ୍ତର୍ଗତ ୧୧ ଟି ୱାର୍ଡରେ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ବାଣପୁର ଏନଏସି ସମେତ ଆୟତପୁର, ଗମ୍ଭାରୀମୁଣ୍ଡା, ନାଚୁଣି ଆଦି ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଶ୍ରୀ ସିଂ ଶୋଭାଯାତ୍ରା କରିଥିଲେ।

ଉକ୍ତ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥିଙ୍କ ପତ୍ନୀ ଦମୟନ୍ତି ସିଂ, ଆଇଏସଏଲ ସମ୍ପାଦକ ଶତ୍ରୁଘ୍ନ ପ୍ରଧାନ, ଭୁବନେଶ୍ୱର ପାଇକରାୟ, ବଳରାମ ସାହୁଙ୍କ ସମେତ ଶତାଧିକ ସମର୍ଥକ ସାମିଲ ହୋଇ ନୌକା ଚିହ୍ନରେ ଭୋଟ ଦେଇ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ସିଂଙ୍କୁ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସୈନିକ ଭାବେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ଅଞ୍ଚଳବାସୀଙ୍କ ସେବା ମୋ ପାଇଁ ବହୁତ ବଡ଼ କଥା। ଚିଲିକାର ବିକାଶ ପାଇଁ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିବି। ଦଳୀୟ ନେତା, କର୍ମୀ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ମାଗୁଥିବା ବେଳେ ତୃଣମୂଳ ସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି ନେତା ଅବା କର୍ମୀ ପହଞ୍ଚି ଲୋକଙ୍କ ଆବଶ୍ୟକ ମୌଳିକ ଅଧିକାର ପଚାରି ନାହାଁନ୍ତି। ୭୬ ବର୍ଷ ସ୍ୱାଧୀନତା ପରେ ବିଭିନ୍ନ ଦଳ ନିଜ ଗ୍ୟାରେଣ୍ଟିର ଦାବି କରୁଛନ୍ତି କିନ୍ତୁ ମୋ ଭାଇ ବନ୍ଧୁ କୁଟୁମ୍ବ, ମୋ ଅଞ୍ଚଳବାସୀ ହେଉଛନ୍ତି ମୋ ଗ୍ୟାରେଣ୍ଟି। ପ୍ରତିଟି ମୁହୂର୍ତ୍ତରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବି କହିବି ବୋଲି ଶ୍ରୀ ସିଂ କହିଛନ୍ତି। ଏହା ସହିତ ନୌକା ଚିହ୍ନରେ ଭୋଟ ଦେବାକୁ ଶ୍ରୀ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Related posts